ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: କୋର୍ଟରେ ୬,୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ୍‌

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ ୨୪।୧:  ଶ୍ରଦ୍ଧା ବାଲକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ମଙ୍ଗଳବାର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ମାମଲାରେ ପୋଲିସ ୬ହଜାର ୬୩୬ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍‌ ଦାୟର କରିଛି। ପୋଲିସ ଅଭିଯୋଗ ଫର୍ଦ୍ଦରେ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛି। ତେବେ ପୋଲିସର ଏହି ଅଭିଯୋଗ ଫର୍ଦ୍ଦକୁ ଅଫତାବ ନିଜ ଓକିଲଙ୍କୁ ଦେଖାଇବାକୁ ଚାହୁଁନାହିଁ। ସେ ଓକିଲ ବଦଳାଇବେ ବୋଲି କହିଛି।

{"id":737089,"width":841,"height":481,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ମାମଲା ତଦନ୍ତର ୭୫ ଦିନ ପରେ ଚାର୍ଜସିଟ୍‌ ଦାଖଲ କରିଛି। ତଦନ୍ତକାଳରେ ପୋଲିସ ଅଭିଯୁକ୍ତ ଅଫତାବର ପଲିଗ୍ରାଫି ଓ ନାର୍କୋଟ ଟେଷ୍ଟ ମଧ୍ୟ କରିଥିଲା। ତାକୁ ପଚରା ଉଚରାରେ ଅନେକ ପ୍ରଶ୍ନ ମଧ୍ୟ କରାଯାଇଥିଲା। ତା ପରେ ପୋଲିସ ଏହି ଚାର୍ଜସିଟ୍‌ ପ୍ରସ୍ତୁତ କରିବା ସହ କୋର୍ଟରେ ଦାଖଲ କରିଛି। ଅଫତାବ ଗତବର୍ଷ ମେ ୧୮ ତାରିଖରେ ଏକ ଝଗଡା ପରେ ଲିଭ୍–ଇନ୍‌ ପାର୍ଟନର ଶ୍ରଦ୍ଧା ବାଲକରକୁ ହତ୍ୟା କରିଦେଇଥିଲା। ହତ୍ୟା ପରେ ଅଫତାବ ଅତ୍ୟନ୍ତ ନିଷ୍ଠୁର ଭାବେ ତା ଶବକୁ ଅନେକ ଟୁକୁରା କରି ଦିନ ଦିନ ଧରି ଶବ ଟୁକୁରା ଗୁଡିକୁ ବିଭିନ୍ନ ସ୍ଥାନକୁ ନେଇ ଫିଙ୍ଗିଥିଲା।

{"id":737091,"width":842,"height":553,"sizeSlug":"full","linkDestination":"none"}

ମାମଲାରେ ପୋଲି ନଭେମ୍ବର ୧୨ ତାରିଖ ଦିନ ଅଫତାବକୁ ଗିରଫ କରିଥିଲା। ପଚରା ଉଚରା ପରେ ଅଫତାବର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାର ଶରୀର ଅଂଶବିଶେଷ ସଂଗ୍ରହ କରି ପୋଷ୍ଟମର୍ଟମ ଲାଗି ପଠାଇଥିଲା। ତେବେ ମଙ୍ଗଳବାର ପୋଲିସ କୋର୍ଟରେ ଅଫତାବ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବା ବେଳେ ସେ ଏହାକୁ ତା ଓକିଲକୁ ନ ଦେଖାଇବାକୁ କହିଛି। ତେବେ ଅଭିଯୋଗ ଫର୍ଦ୍ଦର ଏକ ନକଲ ତାକୁ ମିଳିବା ଦରକାର ବୋଲି କହିଛି। ଅଫତାବ ଏବେ ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.