ଓକିଲ ସ୍ୱାମୀଙ୍କ ମାଡ଼ ଖାଇ, ନ୍ୟାୟ ପାଇଁ ଗୁହାରି କଲେ ମହିଳା ପୋଲିସ ଅଧିକାରୀ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ନିଜ ଓକିଲ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଶେଷରେ ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ ଦିଲ୍ଲୀ ପୋଲିସର ମହିଳା ସବ-ଇନ୍ସପେକ୍ଟର । ସ୍ୱାମୀଙ୍କ ଦ୍ୱାରା ହେଉଥିବା ନିରନ୍ତର ନିର୍ଯାତନାକୁ ସୋମବାର ଟ୍ୱିଟର ମାଧ୍ୟମରେ ସେ ସାର୍ବଜନୀନ କରିଛନ୍ତି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଦିଲ୍ଲୀ ପୋଲିସର ଜଣେ ମହିଳା ସବ୍-ଇନସ୍ପେକ୍ଟରଙ୍କୁ ତାଙ୍କ ସ୍ୱାମୀ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏସଆଇ ଡୋଲି ତେବତିଆ ଟ୍ୱିଟରେ ନିଜ ଉପରେ ହେଉଥିବା ନିର୍ଯାତନା କଥା ଉଲ୍ଲେଖ କରିବା ସହ ଏକ ଭିଡିଓ ସେୟାର କରିଛନ୍ତି । ଡୋଲି ନିଜ ଆକାଉଣ୍ଟରେ ଲେଖିଛନ୍ତି ଯେ,'ମୁଁ ଦିଲ୍ଲୀ ପୋଲିସରେ ସବ-ଇନ୍ସପେକ୍ଟର ଅଛି । ବର୍ତ୍ତମାନ ମାତୃତ୍ୱ ଅବକାଶରେ ଅଛି । ମୋର ଓକିଲ ସ୍ୱାମୀ ତରୁଣ ଡବାସ ଲଗାତାର ମୋ ସହ ଦୁର୍ବ୍ୟବହାର କରିଛନ୍ତି । ଆଜି ସେ ଦିନ ଦ୍ୱିପହରେ ମୋତେ ମାଡ ମାରିଛନ୍ତି । ଦୟାକାରୀ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚତ କରାଯାଉ'।    

wp:html /wp:html

ଡୋଲି ସେୟାର କରିଥିବା ଭିଡିଓରେ ବ୍ୟକ୍ତି ଜଣଙ୍କ କଳା ରଙ୍ଗର ଏସୟୁଭିରେ ପହଞ୍ଚି ପ୍ରଥମେ ଠିଆ ହୋଇଥିବା ଏକ ଧଳା ରଙ୍ଗର କାରକୁ ଧକ୍କା ଦେଇଥିଲେ । ଏହାପରେ ନିଜ ପତ୍ନୀଙ୍କୁ ମାଡ ମାରିବା ସହ ଜୀବନରୁ ମାରିବା ଧମକ ମଧ୍ୟ ଦେଇଥିଲେ । ଏସଆଇ ଟ୍ୱିଟ୍ ଜରିଆରେ ସାହାଯ୍ୟ ଲୋଡିଥିଲେ । ଏବେ ଏହି ମାମଲାରେ ଦିଲ୍ଲୀ ପୋଲିସ ଏସଆଇଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ନଜଫଗଡ ପୋଲିସ ଥାନାରେ ଆଇପିସିର ଧାରା ୩୨୩, ୩୪୧, ୪୨୭ ଏବଂ ୫୦୬ ଅଧିନରେ ମାମଲା ରୁଜୁ କରାଯାଇଛି । ମହିଳା ଏସଆଇ ଏବଂ ତାଙ୍କ ଭାଇ ସୁମିତଙ୍କ କୁମାରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.