ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଅଶ୍ଳୀଳ ପୋଷ୍ଟ କରିବା ପଡିଲା ମହଙ୍ଗା : ୟ୍ୟୁଟୁବର ନାଁରେ ଥାନାରେ ମାମଲା...

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧/୧୦ : ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ୟୁଟ୍ୟୁବର୍ ବିରୋଧରେ ଏକ ମାମଲା ରୁଜୁ କରିଛି। ଏନେଇ ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।

ତେବେ ଡେପୁଟି କମିଶନର ଅଫ୍ ପୋଲିସ୍ ଗୌରବ ଶର୍ମା କହିଛନ୍ତି ଯେ ଘଟଣାକୁ କେନ୍ଦ୍ର କରି ଅଭିନେତ୍ରୀ ଅଭିଯୋଗ ଆଣିବା ସହ ଏକ ମାମଲା ରୁଜୁ କରିଛନ୍ତି। ଏହା ସହ ସେ କହିଛନ୍ତି କି ୟୁଟ୍ୟୁବର୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ଚଳଚ୍ଚିତ୍ରର ଦୃଶ୍ୟ ସହିତ ହ୍ୟାସଟ୍ୟାଗ୍ ଚଳାଇଛନ୍ତି। ଏହା ବ୍ୟତୀତ ତାଙ୍କ ବିରୋଧରେ କିଛି ଭୁଲ ବାର୍ତ୍ତା ପ୍ରଚାର କରାଯାଇଛି। ପୋଲିସ୍‌ ଅଭିଯୋଗ ଭିତ୍ତି କରି ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ସମ୍ପୃକ୍ତ ବିଭାଗ ଅଧୀନରେ ଏହି ଘଟଣାର ଅଧିକ  ତଦନ୍ତ ଚାଲିଛି।

ଦିଲ୍ଲୀ ପୋଲିସ କହିଛି ଯେ ମହିଳାଙ୍କ ନମ୍ରତାକୁ ଅପମାନିତ କରିବା ଉଦ୍ଦେଶ୍ୟ ଏବଂ ଆଇଟି ଆକ୍ଟର ଧାରା ୬୭ ଇଲୋକ୍‌ଟ୍ରୋନିକ ରୂପରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶନ କିମ୍ବା ପ୍ରସାରଣ ନିଷେଧ ପାଇଁ ଏକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.