ସ୍ୱାତି ମାଲିୱାଲଙ୍କ ବୟାନ ନେବା ପାଇଁ ଘରେ ପହଞ୍ଚିଲେ ୩ IPS ଅଫିସରଙ୍କ ଟିମ୍, କେଜ୍ରିୱାଲଙ୍କ ପିଏ ବିରୋଧରେ ରହିଛି ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ସ୍ୱାତି ମାଲିୱାଲଙ୍କ ସହ ମାରପିଟ୍ ମାମଲାରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଦିଲ୍ଲୀ ପୋଲିସର ତିନି ଆଇପିଏସ ଅଫିସର ତାଙ୍କ ଘରେ ପହଞ୍ଚିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ସ୍ୱାତି ମାଲିୱାଲଙ୍କ ସହ ମାରପିଟ୍ କରିଥିବା ଅଭିଯୋଗ ରହିଛି । ଏହାକୁ ନେଇ ତିନି ଆଇପିଏସ ଅଫିସରଙ୍କ ଟିମ୍ ଗୁରୁବାର ତାଙ୍କ ଘରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ସ୍ପେଶାଲ ସେଲର ଅତିରିକ୍ତ ସିପି ସ୍ୱାତି ମାଲିୱାଲଙ୍କ ଘରେ ପହଞ୍ଚିଛନ୍ତି ।

ସୂଚନା ଅନୁସାର ଦିଲ୍ଲୀ ପୋଲିସକୁ ପିସିଆର ଫୋନ କଲ୍ ମିଳିଥିଲା ଏବଂ ଏହାପରେ ସ୍ୱାତି ନିଜେ ପୋଲିସ ଷ୍ଟେସନ ଯାଇଥିଲେ ଏବଂ କହିଥିଲେ ଯେ ପରେ ଅଭିଯୋଗ କରିବେ । ଏହି ଆଧାରରେ ପୋଲିସ ଅଧିକାରୀଙ୍କ ଟିମ ତାଙ୍କ ଘରେ ପହଞ୍ଚିଛି । ପୋଲିସ ତାଙ୍କ ପକ୍ଷ କିମ୍ୱା ସେ ଲେଖିତ ଅଭିଯୋଗ କରିବେ ନା ମାମଲାରେ ତାଙ୍କ ବୟାନ ନେବା ପାଇଁ ପହଞ୍ଚିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ଦ୍ୱାରା ସ୍ୱାତି ମାଲିୱାଲଙ୍କ ସହ ଦୁର୍ବ୍ୟବହାର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ନୋଟିସ ଜାରି କରିଛି । ଅଭିଯୋଗ ଯେ ବିଭାଗ କୁମାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ଆବାସରେ କଥିତ ରୂପେ ସ୍ୱାତି ମାଲିୱାଲଙ୍କ ସହ ଦୁର୍ବ୍ୟବହାର କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.