ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେବା, ପାକ୍ ଅଭିନେତ୍ରୀଙ୍କ ଟ୍ୱିଟ୍‌ର ଏମିତି ଉତ୍ତର ରଖିଲା ପୋଲିସ

Published By : Prameya-News7 Bureau | May 10, 2023 IST

ପେଶାଓ୍ୱାର ୧୦/୦୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ । ଇଣ୍ଟରନେଟ୍ ସେବା ବନ୍ଦ । ଲାଗୁ ହୋଇଛି ୧୪୪ ଧାରା । ମଙ୍ଗଳବାର ଅପରାହ୍ନରେ ଗିରଫ ହୋଇଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ତେବେ ଇମ୍ରାନଙ୍କ ଗିରଫ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଗୋଟିଏ ଟ୍ୱିଟ୍ । ଯେଉଁଥିରେ ଥିଲା ଦିଲ୍ଲୀ ପୋଲିସର ନମ୍ୱର ଦରକାର ।

ଆଉ ଏହି ଟ୍ୱିଟ୍ କରିଥିଲେ ପାକିସ୍ତାନୀ ଅଭିନେତ୍ରୀ ସାହାର ସିନ୍‌ଓ୍ୱାରୀ । ଟ୍ୱିଟ୍‌ରେ ପାକ୍‌ ଅଭିନେତ୍ରୀ ଜଣଙ୍କ ଲେଖିଥିଲେ ଯେ, ବାସ୍ତବରେ ସାହାରା ଶିନୱାରୀ ଟୁଇଟ୍ କରି ଲେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା RAW ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହେବା ଦରକାର । ତାଙ୍କର ଏହି ଟୁଇଟରେ ଦିଲ୍ଲୀ ପୋଲିସ ମଙ୍ଗଳବାର ଜବାବ ରଖିଛି ।

wp:html /wp:html

ସିନ୍‌ଓ୍ୱାରୀ ଟ୍ୱିଟ୍‌ରେ କହିଥିଲେ ଯେ, କେହି ଦିଲ୍ଲୀ ପୋଲିସର ଅନଲାଇନ୍ ଲିଙ୍କ୍ ଜାଣନ୍ତି କି? ସେ ଆହୁରି କହିଥିଲେ ମୋର ଭାରତର ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଗୁପ୍ତଚର ଏଜେନ୍ସି RAW ବିରୋଧରେ ଅଭିଯୋଗ ଦାଖଲେ କରିବାକୁ ପଡିବ । ଯେଉଁମାନେ ପାକିସ୍ତାନରେ ଅରାଜକତା ଏବଂ ଆତଙ୍କବାଦ ବିସ୍ତାର କରୁଛନ୍ତି । ଯଦି ଭାରତୀୟ ଅଦାଲତ ସ୍ୱାଧୀନ ତେବେ ମୁଁ ନିଶ୍ଚିତ ଯେ ସୁପ୍ରିମକୋର୍ଟ ମୋତେ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ ।

ସିନୱାରୀଙ୍କ ଟ୍ୱିଟକୁ ଜବାବ ଦେଇ ଦିଲ୍ଲୀ ପୋଲିସ କହିଛି ଯେ ପାକିସ୍ତାନରେ ସେମାନଙ୍କର ଅଧିକାର ନାହିଁ । ଦିଲ୍ଲୀ ପୋଲିସ ଟ୍ୱିଟ୍ କରି କହିଛି ଯେ ପାକିସ୍ତାନରେ ଆମର ଅଧିକାର ନାହିଁ । ଏହା ସହିତ ଦିଲ୍ଲୀ ପୋଲିସ ପ୍ରଶ୍ନ ପଚାରିଥିଲା ​​ଯେ ଯେତେବେଳେ ଆପଣଙ୍କ ଦେଶରେ ଇଣ୍ଟରନେଟ୍ ବନ୍ଦ ହୋଇଗଲାଣି, ତେବେ ଆପଣ କିପରି ଟୁଇଟ୍ କରୁଛନ୍ତି । ସେହିପରି କେବଳ ଦିଲ୍ଲୀ ପୋଲିସ ଏହି ଟ୍ୱିଟ୍‌ର ଉତ୍ତର ରଖିନି, ବରଂ ସାଧାରଣ ଲୋକ ବି ଏହା ଉପରେ ଅନେକ ପ୍ରତିକ୍ରିୟା ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.