‘ଦିଲ୍ଲୀ ଚଲୋ’ ସ୍ଥଗିତ, ଖୋଲିଲା ଦିଲ୍ଲୀ-ହରିୟାଣା ବର୍ଡର, ଶମ୍ଭୁରେ ଚାଷୀଙ୍କ କ୍ୟାଣ୍ଡେଲ୍ ଯାତ୍ରା

Published By : Prameya-News7 Bureau | February 25, 2024 IST

ଅମ୍ବାଲା,୨୫/୨: ‘ଦିଲ୍ଲୀ ଚଲୋ’ ଅଭିଯାନରେ ବ୍ରେକ୍ । ଆସନ୍ତା ୨୯ ତାରିଖ ଯାଏ ଚାଷୀ ଆନ୍ଦୋଳନ ସ୍ଥଗିତ । ଏନେଇ ଚାଷୀ ସଂଗଠନର ଘୋଷଣା ପରେ ଖୋଲିଛି ଦିଲ୍ଲୀ ବର୍ଡର । ଦିଲ୍ଲୀ-ହରିୟାଣାର ସିଙ୍ଘୁ ଓ ଟିକ୍ରି ସୀମାକୁ ପୋଲିସ ଖୋଲିଦେଇଛି । ସେହିପରି ସୀମାରୁ କଂକ୍ରିଟ୍ ବ୍ୟାକେଡକୁ ଭଙ୍ଗା ଯାଇଛି ।  ଏବେ ଦିଲ୍ଲୀ ସୀମାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଜାମ୍‌ କମିବ । ‘ଦିଲ୍ଲୀ ଚଲୋ’  ଅଭିଯାନ ବାବଦରେ ଫେବ୍ରୁଆରୀ ୨୯ରେ ହିଁ  ନିଷ୍ପତ୍ତି ନିଆଯିବ ବୋଲି ଚାଷୀ ନେତା ସରୱଣ ସିଂହ ପାନେ୍ଧର କହିଛନ୍ତି । ସେପଟେ ଶନିବାର ସନ୍ଧ୍ୟାରେ ଚାଷୀମାନେ ପଞ୍ଜାବ-ହରିଆଣାର ଶମ୍ଭୁ ଓ ଖନୌରି ସୀମାରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରିଥିଲେ । ପଞ୍ଜାବ ଭଠିଣ୍ଡାର ଯୁବଚାଷୀ ଶୁଭକରନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସମସ୍ତ ଚାଷୀ ।

ଚାଷୀ  ଆନ୍ଦୋଳନ ବେଳେ ଯୁବ ଚାଷୀ ମୃତ୍ୟୁ ହୋଇଥିଲା । ଏହାଛଡ଼ା ଆନ୍ଦୋଳନ ବେଳେ ନିଖୋଜ ହୋଇଥିବା ଚାଷୀ ପ୍ରିତପାଲ୍‌ଙ୍କୁ ରୋହତକ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା  ନେଇ ସୂଚନା ମିଳିଛି । ପଞ୍ଜାବର ମୁଖ୍ୟ ସଚିବ ଅନୁରାଗ ବର୍ମା, ହରିଆଣା ମୁଖ୍ୟ  ସଚିବ ସଞ୍ଜୀବ କୌଶଲଙ୍କୁ ଚିଠି ଲେଖି ଆହତ ଚାଷୀ ପ୍ରିତପାଲଙ୍କୁ ପଞ୍ଜାବକୁ ହସ୍ତାନ୍ତର ପାଇଁ କହିଛନ୍ତି । ପରେ ହରିଆଣା ସରକାର ତାଙ୍କୁ  ଚଣ୍ଡିଗଡ଼ ପଠାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ ଯୁବ ଚାଷୀ ଶୁଭକରନ ସିଂହଙ୍କର  ଅନ୍ତିମ ସଂସ୍କାର ହୋଇନଥିବା ବେଳେ ପଞ୍ଜାବ ସରକାର ତାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଓ ଭଉଣୀକୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ।

wp:embed {"url":"https://www.prameyanews7.com/bahraich-wedding-card-of-muslim-youth-invitation-to-ganesh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bahraich-wedding-card-of-muslim-youth-invitation-to-ganesh/
/wp:embed

ଆଇନରେ ଫସଲର ଏମଏସପି ଧାର୍ଯ୍ୟ କରିବା ଦାବିରେ ୧୨ ଦିନ ହେଲା ଶମ୍ଭୁ  ଓ ଖନୌରି ସୀମାରେ ଆନ୍ଦୋଳନ ଜାରି ରହିଛି ।  ଚାଷୀଙ୍କ ଦାବି ଉପରେ ବିଚାର ଲାଗି କେନ୍ଦ୍ର ସରକାର ସେମାନଙ୍କ ସହ ୪ ଥର ବୈଠକ କରିସାରିଲେଣି । ସରକାର ୪ଟି ଫସଲରେ ୫ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଚାଷୀ  ସଂଗଠନଗୁଡ଼ିକ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.