ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, ପୋକ୍ସୋ ଆକ୍ଟରେ ୨ଟି ଏଫଆଇଆର ରୁଜୁ କଲା ଦିଲ୍ଲୀ ପୋଲିସ୍
28/04/2023 at 11:21 PM

ନୂଆଦିଲ୍ଲୀ, ୨୮/୦୪: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ମାମଲା ରୁଜୁ କରିଛି। ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପରେ ରୁଜୁ ହୋଇଛି ମାମଲା। ଦିଲ୍ଲୀ ପୋଲିସ୍ କହିଛି କନଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ବ୍ରିଜ୍ଭୂଷଣଙ୍କ ଉପରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଦୁଇ ମାମଲା ମଧ୍ୟରୁ ଗୋଟିଏ, ନାବାଳିକା ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ସେହିପରି ଆଉ ଏକ ମାମଲା ଅନ୍ୟ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଆଧାରରେ ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ପୋଲିସ ଉଭୟ କେସ୍ର ଯାଞ୍ଚ ଆରମ୍ଭ କରିଛି।ସୂଚନାଥାଉ, ଶୁକ୍ରବାର ଦିଲ୍ଲୀ ପୋଲିସ୍ ଖେଳାଳିଙ୍କ ଅଭିଯୋଗ ଆଧାରରେ ବ୍ରିଜ୍ଭୂଷଣ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିବା ନେଇ ସୁପ୍ରିମକୋର୍ଟରେ କହିଥିଲା।
ସୂଚନାଯୋଗ୍ୟ, ଗତ ଛଅ ଦିନରୁ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଅନେକ ନାମୀ ଖେଳାଳି ଦିଲ୍ଲୀ ଜନ୍ତରମନ୍ତର ଠାରେ ଧାରଣାରେ ବସିଛନ୍ତି। ସାତ ମହିଳା ଖେଳାଳି WFI ମୁଖ୍ୟଙ୍କ ବିରୋଧରେ କୋର୍ଟରେ ଯାଚିକା ଦାୟର କରିଥିଲେ। କୋର୍ଟ ଦିଲ୍ଲୀ ପୋଲିସ୍କୁ ଏନେଇ ନୋଟିସ୍ ପଠାଇଥିଲେ। ଏହା ପୂର୍ବରୁ ଦିଲ୍ଲୀ ପୋଲିସ୍ ୨୬ ଏପ୍ରିଲ୍ରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ସେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରାଥମିକ ମାମଲା ରୁଜୁ କରୁ ଏହା ପୂର୍ବରୁ ପ୍ରାରମ୍ଭିକ ରୁଜୁ ଜରୁରୀ।