ବାରଙ୍ଗ ୨୪।୦୨: ଫ୍ଲାଟ୍ ନମ୍ବର୍ ୨୦୩ରେ ରେଡ୍ କରି ଯୁବକଙ୍କୁ ଉଠାଇନେଲେ । ଲକ୍ଷ୍ମୀ ସାଗର ଥାନା ପୁଲିସ ଓ ଦିଲ୍ଲୀ ପୁଲିସ୍ ମିଳିତ ଚଢାଉ ହୋଇଛି । ତେବେ ଏବେ ଯାଏଁ ରେଡର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କୁ ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲୁଛି ପୋଲିସ।
ଖବର ଅନୁଯାୟୀ, ଦିଲ୍ଲୀରୁ ସକାଳେ ଆସିଲେ, ସାଦା ପୋଷାକରେ ବୁଲି ରେକୀ କଲେ । ଆଉ ଅଟୋରେ ଆସି ରାମା ଭ୍ରମର ପ୍ୟାଲେସର A203ଫ୍ଲାଟରେ ରହୁଥିବା ସୌରଭ ଦେହୁରୀ ଙ୍କୁ ଉଠାଇ ନେଲେ। ଗୋଟେ ସାଇବର କ୍ରାଇମ ମାମଲାର ତଦନ୍ତ କରୁ କରୁ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ଦିଲ୍ଲୀ ପୁଲିସ୍। ଅପରାହ୍ନରେ ଭୁବନେଶ୍ବର ଡିସିପିଙ୍କ ସହ ଆଲୋଚନା ପରେ ଲକ୍ଷ୍ମୀସାଗର ଥାନା ସହଯୋଗରେ ରାତିରେ ହେଲା ରେଡ୍। ତେବେ ହ୍ୟାକିଂ କଥା ସାମ୍ନାକୁ ଆସୁଥିବା ବେଳେ କେଉଁ ସାଇବର ଅପରାଧ ମାମଲାରେ ଦିଲ୍ଲୀ ପୁଲିସ୍ ସୌରଭଙ୍କୁ ଉଠାଯାଇଛି ତାହାର ପ୍ରତିକ୍ରୟା ଦେବାକୁ ମନା କଲେ ଦିଲ୍ଲୀ ପୋଲିସ୍ ଅଧିକାରୀ।
{"id":912931,"sizeSlug":"full","linkDestination":"none"}ସୌରଭ ଗତ ବର୍ଷ ଠାରୁ ରାମା ଭ୍ରମର ପ୍ୟାଲେସର A203 ଅନ୍ୟ କିଛି ସାଙ୍ଗଙ୍କ ସହିତ ରହୁଥିଲେ। ଏକାଧିକ ଲୋକେ ତାଙ୍କୁ ଲାପଟପ୍ ଦେବା ପାଇଁ ଆସିଛନ୍ତି ବୋଲି କହିଛନ୍ତି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ। ତେବେ ସୌରଭଙ୍କୁ କିଏ ଏତେ ଲାପଟପ୍ ଯୋଗାଉଥିଲା। ଫ୍ଲାଟ୍ ମାଲିକ ଏ ସମ୍ପର୍କରେ ଜାଣିଥିଲେ ତ ? ସୌରଭଙ୍କ ସହ ଆଉ କିଏ ରାଜଧାନୀରେ ଏପରି କାର୍ଯ୍ୟ କରୁଛନ୍ତି କି । ସବୁ ରହସ୍ୟରୁ ପରଦା ହଟିବ ଯେତେବେଳେ ଉଭୟ ଲକ୍ଷ୍ମୀସାଗର ଥାନା ପୁଲିସ୍ ଏବଂ ଦିଲ୍ଲୀ ପୁଲିସ୍ କୌଣସି ପ୍ରତିକ୍ରିୟା ଦେବେ।
wp:embed {"url":"https://www.prameyanews7.com/sidhant-mohapatra-roamed-with-the-bikers-in-swaviman-area/","type":"wp-embed","providerNameSlug":"prameya-news-7"} /wp:embed