ପୋଲିସ ବାବୁଙ୍କ ପୁଅର ଗୁଣ୍ଡାଗର୍ଦ୍ଦି ! ରାସ୍ତାରେ ଯୁବକଙ୍କ ମୁଣ୍ଡକୁ ମାରିଲେ ଗୁଳି

Published By : Prameya-News7 Bureau | August 26, 2021 IST

ନୂଆଦିଲ୍ଲୀ ୨୬।୦୮: ରାସ୍ତା ଓଭରଟେକ୍‌କୁ ନେଇ ଗୁଳିମାଡ଼ । କାର୍‌ରେ ଯାଉଥିବା ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କ ନାମ ସନ୍ଦୀପ ବୋଲି ଜଣାପଡିଛି । ସନ୍ଦୀପଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଅଭିଯୁକ୍ତ ଜଣଙ୍କ ଜଣେ ପୋଲିସ ବାବୁଙ୍କ ପୁଅ ବୋଲି ସନ୍ଦେହ କରାଯାଉଛି । ବୁଧବାର ଦିନ ଦିଲ୍ଲୀର ଧୋଲାକୁଆଁ ଅଞ୍ଚଳରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଦିଲ୍ଲୀ-ହରିୟାଣା ସୀମାରେ ପ୍ରଥମ ଗାଡ଼ିକୁ ଆଉ ଏକ କାର୍‌କୁ ଓଭରଟେକ୍‌ କରିଥିଲା । ପରେ ପୁଣି ଥରେ ଏୟାରପୋର୍ଟ ରାସ୍ତା ନିକଟରେ ଓଭରଟେକ୍‌ କରିଥିଲା , କିନ୍ତୁ ଏହି ସମୟରେ ହଠାତ୍‌ ଗୁଳିମାଡ଼ ହୋଇଥିଲା । ଗୁଳିଟି କାର୍‌ର କାଚ ଭାଙ୍ଗି ସନ୍ଦୀପଙ୍କ ମୁଣ୍ଡରେ ଲାଗିଥିଲା । ଯାହାଫଳରେ ସନ୍ଦୀର ଗୁରୁତର ହୋଇଥିଲା । କାର୍‌ରେ ଥିବା ଅନ୍ୟ ସାଙ୍ଗମାନେ ତୁରନ୍ତ ସନ୍ଦୀପଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ମେଡିକାଲରେ ସନ୍ଦୀପଙ୍କ ସାଙ୍ଗ ଗୌରବ ଓ ବିପିନ ଉପସ୍ଥିତ ରହିଛନ୍ତି । ତେବେ ଏହି ଗୁଳିକାଣ୍ଡ ପଛରେ ପୂର୍ବଶତ୍ରୁତା ନା ଆଉ କିଛି । ତାହାର ଛାନ୍‌ଭିନ୍ ଜାରି ରହିଛି ।

ସେପଟେ ଗୁଳିମାଡ଼ କରିଥିବା କାର୍‌କୁ ଜବତ କରିଛି ପୋଲିସ । ଯେଉଁ କାର୍‌ରୁ ଯୁବକ ଜଣଙ୍କୁ ଗୁଳିଚାଳନା କରିଥିଲା । ପୋଲିସ ଗାଡ଼ିକୁ ଓାର୍କସପକୁ ପଠାଇଦେଇଛି । ତେବେ ପୋଲିସ ମୁତାବିକ, ଗୁଳିମାଡ଼ ପରେ ଅଭିଯୁକ୍ତ କାର୍‌ଟିକୁ ଦ୍ରୁତଗତିରେ କାଳକାଜି ରୋଡ଼ ପଟକୁ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ କାର୍‌ଟି ଦୁର୍ଘଟଣା ଘଟାଇଥିଲା । ଯେଉଁଥିରେ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଗାଡିଟି ଅର୍ଚ୍ଚନାଙ୍କ ନାମରେ ରେଜିଷ୍ଟ୍ରେସନରେ ହୋଇଛି । ସେ କାଳକାଜୀ ସ୍ଥିତ ପୋଲିସ କଲୋନୀରେ ରହୁଛନ୍ତି । ତଦନ୍ତ ଆଗକୁ ବଢିଲେ ପ୍ରକୃତ ଅଭିଯୁକ୍ତ ବାବଦରେ ଅଧିକ ତଥ୍ୟ ମିଳିପାରିବ । ତେବେ ୨୭ ବର୍ଷୀୟ ନୀତିନ ସନ୍ଦିପଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି ।  ପୋଲିସ ମାମଲା ରୁଜୁ ଅଭିଯୁକ୍ତର ସନ୍ଧାନ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.