ଦିଲ୍ଲୀ ପୋଲିସ୍ ଇନସ୍ପେକ୍ଟରଙ୍କ କରୋନାରେ ମୃତ୍ୟୁ : ପ୍ଲାଜମା ଥେରାପିରେ ମଧ୍ୟ ହୋଇଥିଲା ଚିକିତ୍ସା
18/08/2020 at 12:38 PM

ନୂଆଦିଲ୍ଲୀ ୧୮/୮: ଦିଲ୍ଲୀ ପୋଲିସର ପିସିଆରରେ କାର୍ଯ୍ୟରତ ଇନସ୍ପେକ୍ଟର ସଞ୍ଜୟ ଶର୍ମାଙ୍କ ଆଜି ସକାଳେ କରୋନାରେ ମୃତ୍ୟୁ ହୋଇଯାଇଛି। ଗତ କିଛି ଦିନ ତଳେ ଇନସ୍ପେକ୍ଟର ସଞ୍ଜୟ ଶର୍ମା କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ଏବଂ ବସନ୍ତ କୁଞ୍ଜ ସ୍ଥିତ ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଡ୍ୟୁଟିରେ ମୁତୟନ ଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇ ଯାଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ଚାଲିଥିଲା।
ଡିସିପିଙ୍କ ତରଫରୁ ଜାରି ବୟାନ ମୁତାବକ,ଇନସ୍ପେକ୍ଟର ସଞ୍ଜୟ ଶର୍ମାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ପ୍ଲାଜମା ଥେରାପି ଜରିଆରେ ମଧ୍ୟ ଚିକିତ୍ସା କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚା ଯାଇପାରିନଥିଲା।
Related Posts
ସବୁଠୁ ବଡ ‘ମାନବ ପତାକା’, ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପାଇଛି ସ୍ଥାନ
15 August 2022