ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ସ୍ପା ସେଣ୍ଟର ଆଢୁଆଳରେ ଦୁର୍ବୃତ୍ତ ଚଳାଇଥିବା ଏକ ନୂଆ କାରନାମାର ପର୍ଦ୍ଦାଫାସ କରିଛି । ବାହାରକୁ ଏହା ସ୍ପା ସେଣ୍ଟର ଥିବା ବେଳେ ଭିତରେ ସେମାନେ ଏଟିଏମ କାର୍ଡର କ୍ଲୋନିଂ କରୁଥିଲେ। ଏହି ସବୁ ଏଟିଏମ କାର୍ଡରୁ ସେମାନେ ଲକ୍ଷଲକ୍ଷ ଟଙ୍କା ଉଠାଇ ନେଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି।
{"id":187583,"sizeSlug":"large"}ଏମିତିରେ ଦେଶରେ ସ୍ପା ସେଣ୍ଟର ପ୍ରଥମରୁ ହିଁ ବଦନାମ। ଏଠାରେ ନାନା ବ୍ୟାଭିଚାର ନେଇ ଭାରମ୍ବାର ଅଭିଯୋଗ ଯୋଗୁ ପୋଲିସ ବିଭିନ୍ନ ସମୟରେ ଏଭଳି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢଉ କରେ। ହେଲେ ଏଠାରେ କୌଣସି ବ୍ୟାଭିଚାର ହେଉନଥିଲେ ବି ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିବା କାମ ଏବେ ଲୋକଙ୍କୁ ତାଜ୍ଜୁବ କରିଦେଇଛି। ମାମଲାରେ ପୋଲିସ ରାଜେଶ ଶର୍ମା (୫୨) ଓ ସମସେର (୨୨)କୁ ଗିରଫ କରିଛି।
{"id":187586,"width":578,"height":365,"sizeSlug":"large"}ସମସେର ଓ ରାଜେଶ ଦ୍ୱାରକା ସେକ୍ଟର ୧୦ ଅଞ୍ଚଳରେ ଏକ ସ୍ପା ସେଣ୍ଟର କରିଥିଲେ। ଏଠାକୁ ଆସୁଥିବା ଗ୍ରାହକମାନେ ଯଦି କାର୍ଡରେ ପୈଠ କରୁଥଲେ ସେମାନଙ୍କ କାର୍ଡରେ ପିନ୍ ଦେବା ପରେ ଡାଟା ଷ୍ଟୋର ହୋଇଯାଉଥିଲା। ତେବେ ସେଥିରୁ ପଇସା କଟୁନଥିଲା, ଏଣୁ ମେସିନ ଖରାପ କହି ଅନ୍ୟ ଏକ ମେସିନରେ କାର୍ଡ ସ୍ୱାପ୍ କରାଇଦେଉଥିଲେ। ଏହିପରି ଉପାୟରେ ସେମାନେ ପ୍ରାୟ ୫ଶହଟି ଏଟିଏମ କାର୍ଡର ପିନ୍ ସହ ଡାଟା ଚୋରି କରିଥିଲେ।
{"id":187589,"width":579,"height":385,"sizeSlug":"large"}ଏହି ସବୁ କାର୍ଡରୁ ଚୋରି ହୋଇଥିବା ଡାଟାକୁ ପରେ ଲାପଟପକୁ ଡାଉନଲୋଡ କରିଦେଉଥିଲେ। ଯାହାକୁ ସେମାନେ ଏସଏସଆର ମେସିନ ଯୋଗେ ବିଭିନ୍ନ ବ୍ୟାଙ୍କକୁ ଟ୍ରାନ୍ସଫର କରିଦଉଥିଲେ। ଗ୍ରାହକଙ୍କ ଆକାଉଣ୍ଟରୁ କିଛିକିଛି ଦିନ ଅନ୍ତରାଳରେ ଏମାନେ ଟଙ୍କା ଉଠାଇନେଉଥିଲେ। ଏ ନେଇ ପୋଲିସରେ ଏତଲାରୁଜୁ ହେବା ପରେ ସେମାନଙ୍କୁ ଧରିବା ଲାଗି ପୋଲିସ ଜାଲ ବିଛାଇଥିଲା। ୨ ଦୁର୍ବୃତ୍ତ ୫ଶହ ଏଟିଏମରୁ ପ୍ରାୟ ୨୫ଲକ୍ଷ ଟଙ୍କା ଉଠାଇନେଇଥିବା ଜଣାପଡିଛି।