ଜିଗୋଲୋ ହେବାକୁ ବିକଳ ହେଲେ ୪ ହଜାର ଯୁବକ, ମହିଳାଙ୍କ ସ୍ୱରରେ ପୁରୁଷ ଦଲାଲ ଲୁଟୁଥିଲା ୫ ବର୍ଷ…
10/02/2023 at 2:38 PM

ଜୟପୁର ୧୦।୦୨ : ପାଠପଢି ଖାଲି ବସିଥିବା ଯୁବପୀଢିଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । ପେପରେ ବାହାରିଲା ଜିଗୋଲ ନିଯୁକ୍ତ ପାଇଁ ଅଫର । ଆଡ୍ ଦେଖି ମୋଟ ଅଙ୍କର ଟଙ୍କା କମାଇବା ଏବଂ ମସ୍ତି କରିବା ପାଇଁ ବଳାଇଥିଲେ ମନ । ଏହାପରେ ଆରମ୍ଭ ହୋଇଥିବା ଠକେଇ କଳାକାରନାମା ।
ଯୁବପୀଢି ନିଜକୁ ଏହି କାମରେ ନିଯୁକ୍ତି କରିବା ପାଇଁ କିଛି ନଭାବି ଅନ୍ଲାଇନ୍ରେ ଭରିଥିଲେ ବାୟୋ । କିନ୍ତୁ ଜାଣିନଥିଲେ ଠକ ତାଙ୍କ ପାଇଁ ଖୋଲିବସିଛି ସର୍ବନାଶର ପେଡି । ଏଣ୍ଟ୍ରି ଫି ନାଁରେ ନେଇସାରିଛି ଲକ୍ଷାଧିକ ଟଙ୍କା । ଜାଣିଲା ବେଳକୁ ଅକଳ ଗୁଡୁମ୍। ଦିଲ୍ଲୀ ପୋଲିସର ସ୍ପେଶାଲ ଅପରେସନ୍ରେ ହେଲା ୫ ବର୍ଷ ଧରି ଚାଲୁଥିବା ରାକେଟର ଖୁଲାସା । ମହିଳାଙ୍କ ସ୍ୱରରେ ପୁରୁଷ ଦଲାଲ କରୁଥିଲେ ଡିଲ୍ ।
ଖବର ଅନୁଯାୟୀ, ବୁଧବାର ଦିନ ଦିଲ୍ଲୀ ପୋଲିସ ଜୟପୁରରୁ କୂଳଦୀପ ସିଂହ ଓ ଶ୍ୟାମଲାଲଙ୍କୁ ଗିରଫ କରିଥିଲେ । ଏହି ଦୁଇ ଜଣ ୨୦୧୮ରୁ ଏକ ଅନ୍ଲାଇନ୍ ଜବ୍ ରାକେଟ୍ ଚଳାଉଥିଲେ । ଏହି ରାକେଟରେ ୪ହଜାରରୁ ଅଧିକ ଲୋକ ଠକେଇର ହେଲେ ଶିକାର । ଜିଗୋଲୋ ହେବାକୁ ଇଚ୍ଛା ରଖିଥିବା ଯୁବକଙ୍କଠୁ ୧୫୦୦ରୁ ୨୫୦୦ ଲେଖାଏଁ ଏଣ୍ଟ୍ରି ଫିସ୍ ନେଉଥିଲେ ।
ଯୋଗୀ ନିଜକୁ ମହିଳା ଏନ୍ଆର୍ଆଇର ପରିଚୟ ଦେଇ ମହିଳାଙ୍କ ସ୍ୱରରେ କଥା ହେଉଥିଲା । ଆଉ ଯୁବକଙ୍କୁ ଭ୍ରମିତ କରିବାରେ ମାହିର ଥିଲା ଯୋଗୀ । ସର୍ଭିସ ବାବଦକୁ ଯୁବକଙ୍କ ଠାରୁ ସେମାନେ ଆଗୁଆ ଟଙ୍କା ନେଉଥିଲେ । ମହିଳାଙ୍କ ସ୍ୱରରେ ଶ୍ୟାମଲାଲ ଏହି ସବୁ ଡିଲ୍ କରୁଥିଲା ।
ସର୍ତ ମୁତାବିକ ଯୁବକ ଯଦି ନିଜ ଟଙ୍କା ଫେରସ୍ତ ମାଗନ୍ତି, ତେବେ ତାଙ୍କୁ ୫୦୦୦ ଟଙ୍କା ଦେବାକୁ ପଡିବ । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ଠକେଇ । ସେମାନଙ୍କ ନିକଟରୁ ୧୨ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ଫୋନ୍, ଲାପ୍ଟପ୍, ଡେସ୍କଟପ୍ ଏବଂ ହାର୍ଡ ଡିସ୍କ ଜବତ କରିଛି ପୋଲିସ ।