oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଜାନୁଆରୀ ୨୬ ହିଂସା: ପଞ୍ଜାବ ସମେତ ଚାରି ରାଜ୍ୟରେ ଦିଲ୍ଲୀ ପୋଲିସ୍‌ର ଚଢ଼ାଉ

6/02/2021 at 3:01 PM

ନୂଆଦିଲ୍ଲୀ, ୦୬/୦୨: ଜାନୁଆରୀ ୨୬ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଟର ପ୍ୟାରେଡ୍‌ ହିଂସାକୁ ନେଇ ଦିଲ୍ଲୀ ପୋଲିସ୍‌ ଜୋରଜାର୍‌ ଖୋଳତାଡ଼ ଚଳାଇଛି । କୃଷି ଆଇନ୍‌କୁ ନେଇ ଆଜି କୃଷକ ସଂଗଠନ କିଛି ରାଜ୍ୟକୁ ଛାଡ଼ି ସାରା ଦେଶରେ ଚକାଜାମ୍‌ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ପୋଲିସ୍‌ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର କେତେକ ସ୍ଥାନରେ ଚଢ଼ାଉ କରିଛି ।

୨୬ ତାରିଖରେ ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କୃଷକମାନେ ଲାଲ୍‌କିଲ୍ଲାରେ ତାଣ୍ଡବ ରଚିଥିଲେ । ଏହି ହିଂସାର ଅନ୍ୟ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡ଼ୁଛି ଯେ, ହିଂସା ପୂର୍ବରୁ କିଛି ଲୋକ କିପରି ଭାବେ ଲାଲ୍‌କିଲ୍ଲାରେ ହିଂସା କରିବେ ସେ ନେଇ ଯୋଜନା କରୁଛନ୍ତି । ଲାଲ୍‌କିଲ୍ଲାରେ ପହଞ୍ଚି ପ୍ରଦର୍ଶନକାରୀ କିପରି ଗେଟ୍‌ ଭାଙ୍ଗିବେ ସେ ବିଷୟରେ କଥା ହେଉଥିବାର ଦୃଶ୍ୟ ଏହି ଭିଡିଓରେ କଏଦ୍‌ ହୋଇଛି । ଏଥିସହିତ  ସେମାନେ ମାରିବା-ପିଟିବା ନେଇ କଥା ହୋଉଥିବାର ମଧ୍ୟ ଦେଖାଯାଉଛି ।  

ଦିଲ୍ଲୀ ପୋଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଏହି ମାମଲାର ତଦନ୍ତ କରୁଛି । କ୍ରାଇମ୍‌ ବ୍ରାଞ୍ଚର ନାଶ୍‌ନାଲ୍‌ ଫରେନ୍ସିକ୍‌ ଏକ୍ସପର୍ଟଙ୍କ ମାଧ୍ୟମରେ ହିଂସା ବେଳର କିଛି ଫଟୋ ମଧ୍ୟ ଦିଲ୍ଲୀ ପୋଲିସ୍‌ ପାଇଛି । ଯେଉଁଥିରେ ହିଂସାକାରୀ ପୋଲିସ୍‌ ଉପରେ ଆକ୍ରମଣ କରିବା ନେଇ ପ୍ରସ୍ତୁତ ହୋଉଥିବା ଦେଖାଯାଉଛି ଏବଂ ପୋଲିସ୍‌କୁ ଆକ୍ରମଣ କରୁଥିବା କିଛି ଗୋଷ୍ଠୀଙ୍କୁ ଏହି ଫଟୋରୁ ଚିହ୍ନଟ କରାଯାଇଛି । ଯାହାକୁ ନେଇ ଦିଲ୍ଲୀ ପୋଲିସ୍‌ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ମାନଙ୍କରେ ଚଢ଼ାଉ କରି ହିଂସାକାରୀଙ୍କୁ ଖୋଜୁଥିବା ଜଣାପଡ଼ିଛି ।     

   Related Posts