ନୂଆଦିଲ୍ଲୀ: ଦିଲ୍ଲୀରେ ଶାସକ ଆମ ଆଦାମୀ ପାର୍ଟିର ବିଧାୟକ ନରେଶ ବାଲିୟାନଙ୍କୁ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ଶନିବାର ରାତିରେ ଗିରଫ କରିଛି । ଗତ ବର୍ଷ ରୁଜୁ ହୋଇଥିବା ଏକ ଦାଦା ବଟି ଆଦାୟ ମାମଲାରେ ଏହି ଗିରଫଦାରୀ ହୋଇଥିବା ପୋଲିସ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଦିନ ପୂର୍ବେ ଗ୍ୟାଙ୍ଗଷ୍ଟର ସହ ତାଙ୍କ କଥାବର୍ତ୍ତାର ଅଡିଓ ଭାଇରାଲ୍ ହୋଇଥିଲା । ଗ୍ୟାଙ୍ଗଷ୍ଟର କପିଲ୍ ସାଙ୍ଗୱାନ ଓରଫ ନନ୍ଦୁ ସହ ତାଙ୍କ ଭାଇରାଲ୍ ଅଡିଓ ମାମଲାରେ ପୋଲିସ ତାଙ୍କୁ ପରଚାଉଚରା କରୁଛି । କ୍ରାଇମ୍ ବ୍ରାଞ୍ଚ୍ ସୂତ୍ର ଅନୁସାରେ ବିଧାୟକ ନରେଶ ବାଲିୟାନ ପଚରାଉଚରାରେ ସହଯୋଗ କରୁନଥିଲେ, ଯେଉଁଥି ପାଇଁ ତାଙ୍କୁ ଗିରଫ କରାଯାଇଛି । ଏବେ ପୋଲିସ ବାଲିୟାନଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ଆଣିପାରେ ।
କ୍ରାଇମ୍ ବ୍ରାଞ୍ଚ ଆପ୍ ବିଧାୟକଙ୍କ ଗିରଫଦାରୀ ଉପରେ ବୟାନ ଜାରି କରି କହିଛି, 'ତଦନ୍ତ ସମୟରେ ବାଲିୟାନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ୍ ସାଙ୍ଗୱାନ ଓରଫ ନନ୍ଦୁ ସହ କଥବର୍ତ୍ତାର ଅଡିଓ କ୍ଲିପ୍ ମିଳିଛି । ଏଥିରେ ଦୁହେଁ ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦୟ ଉପରେ କଥା ହେଉଛନ୍ତି । ସେହି ଆଧାରରେ ବାଲିୟାନଙ୍କୁ ଗିରଫ କରାଯାଇଛି ।' ଉଲ୍ଲେଖଯୋଗ୍ୟ ଯେ ଗ୍ୟାଙ୍ଗଷ୍ଟର ସାଙ୍ଗୱାନ ବର୍ତ୍ତମାନ ବିଦେଶରେ ରହୁଛି ।
LIVE: Delhi BJP State President Shri @Virend_Sachdeva & BJP National Spokesperson Shri @gauravbhatiabjp jointly address a press conference at party headquarters in New Delhi. https://t.co/MT8vuiaXPq
— BJP (@BJP4India) November 30, 2024
ଏହା ପୂର୍ବରୁ ଶନିବାର ଅପରାହ୍ଣରେ ବିଜେପି ଅଡିଓ କ୍ଲିପ୍ ସେୟାର କରି ନରେଶ ବାଲିୟାନଙ୍କ ବିରୋଧରେ ଦାଦା ବଟି ଆଦାୟ କରୁଥିବା ଅଭିଯୋଗ କରିଥିଲା । ତିନି ଅଡିଓ କ୍ଲିପ୍ ଜାରି କରି ଉତ୍ତମ ନଗର ବିଧାୟକ ନରେଶ ବାଲିୟାନଙ୍କୁ ଘେରିଥିଲା । ବିଜେପି କହିଥିଲା ଯେ ମଦ ଦୁର୍ନୀତି ମାମଲାରେ ସାମିଲ ଦଳ ଏବେ ଗ୍ୟାଙ୍ଗଷ୍ଟରଙ୍କ ସହ ମିଶି ଦାଦା ବଟି ଆଦାୟ କରୁଥିବା ପାର୍ଟି ପାଲଟିଛି ।