ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କୀ ଶାହନବାଜ୍ ଗିରଫ; ଦିଲ୍ଲୀରେ ବଡ଼ ଆତଙ୍କୀ ହମ୍‌ଲା ଫେଲ୍

Published By : Prameya-News7 Bureau | October 02, 2023 IST

ନୂଆଦିଲ୍ଲୀ: ବଡ଼ ଆତଙ୍କୀ ହମଲା ପ୍ଲାନ୍ ଫେଲ୍ । ଦିଲ୍ଲୀ ପୋଲିସକୁ ମିଳିଲା ସଫଳତା । ଆତଙ୍କୀ ଗତିବିଧି ପୂର୍ବରୁ ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ପୋଲିସ । ଏନଆଇଏ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଶାହନବାଜ୍ ଔରଫ ଶୈଫି ଉଜ୍ଜମା ଗିରଫ ହୋଇଛି । ଉଜ୍ଜମାକୁ ଧରାଇ ଦେବାକୁ ଏନଆଇଏ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଶାହନବାଜକୁ ପଚରାଉଚରା ପରେ ଜାତୀୟ ଯାଞ୍ଚ ଏଜେନ୍ସି ଟିମ୍ ତାକୁ ନିଜ ହେପାଜତକୁ ନେଇଛି । ଏହାଛଡ଼ା ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।      

{"id":851672,"width":821,"height":1130,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ପୁଣେ ଆଇଏଲଆଇଏସ୍ କେସରେ ସମ୍ପୃକ୍ତ ଥିଲା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଶୈଫି ଉଜ୍ଜମା । ଶାହାନବାଜ ପେସାରେ ଜଣେ ଇଞ୍ଜିନିୟର । ପୁଣେ ପୋଲିସ କଷ୍ଟୋଡିରୁ ଫେରାର୍ ହେବା ପରେ ଦିଲ୍ଲୀରେ ପରିଚୟ ଲୁଚାଇ ରହୁଥିଲା । ବର୍ତ୍ତମାନ ପୋଲିସ ତାକୁ ଗିରଫ କରି ପଚରାଉଚରା କରୁଛି ।

wp:html /wp:html

ଦିଲ୍ଲୀର ପୋଲିସର ସ୍ପେଶାଲ ସେଲ୍ ଏନଆଇଏ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଉଜ୍ଜମାକୁ ପଚାରାଉଚରା କରିବା ପରେ ଅନ୍ୟ କିଛି  ଅଭିଯୁକ୍ତ ମାନଙ୍କୁ ଗରିଫ କରିପାରେ । ଉଜ୍ଜମା ନାଁରେ ପୁଣେରେ ଅନେକ ମାମଲା ରହିଛି । ପୋଲିସକୁ ଇନପୁଟ୍ ମିଳିବା ପରେ ତୁରନ୍ତ ତାକୁ ଗିରଫ କରିଥିଲା । ସୂଚନା ଅନୁଯାୟୀ, ସ୍ପେଶାଲ ସେଲ୍ ଅପରାହ୍ଣ ୪ଟା ବେଳେ ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ ଅଧିକ ସୂଚନା ଦେବ । ଏହାଛଡ଼ା ପୋଲିସ ଏକ ଆଇଏସଆଇଏସ ଟେରର୍ ମଡ୍ୟୁଲର ମଧ୍ୟ ପର୍ଦ୍ଦାଫାଶ୍ କରିଛି । ଉତ୍ତର ଭାରତରେ ଆତଙ୍କବାଦୀ ହମଲା ପାଇଁ ଏମାନେ ଯୋଜନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.