Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀ ମୋଦିଙ୍କ ଝିଆରୀଙ୍କ ପର୍ସ ଛଡ଼ାଇ ନେଇଥିବା ଲୁଟେରା ଗିରଫ : ପର୍ସ ଜବତ କରି ଦମୟନ୍ତୀଙ୍କୁ ହସ୍ତାନ୍ତର କଲା ଦିଲ୍ଲୀ ପୋଲିସ

13/10/2019 at 1:45 PM

ନୂଆଦିଲ୍ଲୀ୧୩|୧୦: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ବୋଲି ପରିଚୟ ଦେଇଥିବା ଦମୟନ୍ତୀଙ୍କ ପର୍ସକୁ ଆଜି ଦିଲ୍ଲୀ ପୋଲିସ ଜବତ କରିଛି। ଏହି ଲୁଟ୍‌ ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଲୁଟେରାକୁ ଗିରଫ କରିଛି। ଅକ୍ଟୋବର ୧୨ ତାରିଖରେ ଦିଲ୍ଲୀର ଗୁଜୁରାଟ ସମାଜ ଭବନ ସାମ୍ନାରେ ଦମୟନ୍ତୀ ଛିଡ଼ା ହୋଇଥିବା ସମୟରେ ୨ ଜଣ ଲୁଟେରା ସ୍କୁଟରରେ ଆସି ତାଙ୍କଠାରୁ ପର୍ସ ଛଡ଼ାଇ ନେଇଥିଲେ । ଏନେଇ ଦମୟନ୍ତୀ ଦିଲ୍ଲୀ ପୋଲିସ ପାଖରେ ଫେରାଦ ହୋଇଥିଲେ। ଦିଲ୍ଲୀ ପୋଲିସ ତାଙ୍କ କଥାକୁ ହାଲୁକା ଭାବେ ନେଇଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ଝିଆରୀ ବୋଲି ପରିଚୟ ଦେବା ପରେ ପୋଲିସ ଛାନିଆ ହୋଇ ଛାନଭିନ୍ ଆରମ୍ଭ କରିଥିଲା।

 ସୂଚନାଯୋଗ୍ୟ ଯେ ଆଜି ଦିଲ୍ଲୀ ପୋଲିସ ପର୍ସ ଜବତ କରି ମୋଦିଙ୍କ ଝିଆରୀ ଦମୟନ୍ତୀଙ୍କୁ ହସ୍ତାନ୍ତର କରିଛି। ପର୍ସ ଛଡ଼ାଇ ନେଇଥିବା ୨ ଜଣ ଲୁଟେରାଙ୍କ ମଧ୍ୟରୁ ଦିଲ୍ଲୀ ପୋଲିସ ନୋନୁ ନାମକ ଲୁଟେରାକୁ ଗିରଫ କରିଛି। ଦମୟନ୍ତୀ ଥାନାରେ ମୋଦିଙ୍କ ଝିଆରୀ ବୋଲି ପରିଚୟ ଦେବା ପରେ ପୋଲିସ ଲୁଟେରାଙ୍କ ପିଛା କରି ଜଣେ ଲୁଟେରାକୁ ଗିରଫ କରିଛି। ଏହାପରେ ଗିରଫ ଲୁଟେରା କଥା ଆଧାରରେ ପୋଲିସ ସେମାନଙ୍କ ଆଡ୍ଡା ଉପରେ ଚଢ଼ଉ କରିଥିଲା।

ପୋଲିସ କହିବା ଅନୁସାରେ ସିସିଟିଭି ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୋଲିସ ଲୁଟେରାଙ୍କ ସନ୍ଧାନ କରିଥିଲା। ଏବେ ପୋଲିସ ଅନ୍ୟ ଜଣେ ଲୁଟେରାକୁ ଖୋଜୁଛି। ମୋଦିଙ୍କ ଝିଆରୀ ଦମୟନ୍ତୀଙ୍କ ଜିନିଷକୁ ଦିଲ୍ଲୀ ପୋଲିସ ତାଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ପରେ ସାଧାରଣ ଲୋକମାନେ ଦିଲ୍ଲୀ ପୋଲିସଙ୍କୁ ପ୍ରଂଶାସା କରିଛନ୍ତି।

   Related Posts