ଚଣ୍ଡିଗଡ଼: ପଞ୍ଜାବ ଫରିଦକୋଟ୍ ଡେରା ସଚ୍ଚା ସୌଦା ପ୍ରେମୀ ପ୍ରଦୀପ ସିଂହ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ପଞ୍ଜାବ ଇଣ୍ଟେଲିଜେନ୍ସି ଓ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ୪ଜଣ ସୁଟରଙ୍କୁ ଗିରଫ କରିଛି । ସମସ୍ତ ଅପରାଧି ଗୋଲ୍ଡି ବରାଡ଼ ଗ୍ୟାଙ୍ଗର ସୁଟର । ଏମାନେ ପ୍ରଦୀପ ସିଂହଙ୍କୁ ମାରିବା ପାଇଁ ପୂର୍ବରୁ ଯୋଜନା କରିଥିଲେ । ଦିଲ୍ଲୀ ପୋଲିସ ଧରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣା ଓ ଦୁଇ ଜଣ ପଞ୍ଜାବର ବୋଲି ଜଣାପଡ଼ିଛି । ସମସ୍ତ ଅପରାଧିଙ୍କୁ ପୋଲିସ ପଚରାଉଚରା କରୁଛି ।
ପୋଲିସ ସୂଚନା ଅନୁଯାୟୀ, ପ୍ରଦୀପ ସିଂହଙ୍କୁ ମାରିବା ପୂର୍ବରୁ ବିଧିବଦ୍ଧ ଯୋଜନା ହୋଇଥିଲେ । ୬ ସୁଟର ଓ ତାଙ୍କ ସହଯୋଗୀ ପ୍ରଦୀପଙ୍କ ଉପରକୁ ୬୦ ରାଉଣ୍ଡ ଗୁଳି କରିଥିଲେ । ସମସ୍ତ ସୁଟରଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ପ୍ରଥମେ ଚିହ୍ନଟ କରିିଥିଲା । ପରେ ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ଧରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ଗୋଲ୍ଡି ବରାଡ଼, ଲାରେଂଶ ବିଷ୍ଣୋୟୀ ଗ୍ୟାଙ୍ଗ ଏବଂ ଖଲିସ୍ତାନୀ ଆତଙ୍କୀ ହରବିନ୍ଦର ସିଂହ ସାମିଲ ଥିବା ଜଣାପଡ଼ିଛି । ତେବେ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି । ସୁଟର ବାହାରୁ ଆସିଥିଲେ ନା ପଞ୍ଜାବ-ହରିୟାଣାର ସୁଟର । ଏମାନଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, ସମସ୍ତ ଦିଗରୁ ତନତନ୍ କରି ତଦନ୍ତ କରୁଛି ସ୍ପେଶାଲ ଟିମ୍ ।
ଗତ ଗୁରୁବାର ଡେରା ସଚ୍ଚା ସୌଦା ପ୍ରେମୀ ପ୍ରଦୀପ ସିଂହଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପ୍ରଦୀପ ଦୋକାନ ଖୋଲିବାକୁ ଯାଉଥିବାବେଳେ ଅଭିଯୁକ୍ତ ମାନେ ବାଇକରେ ଆସି ଅତର୍କିତ ଗୁଳି କରିଥିଲେ । ଘଟଣା ପରେ ଗୋଲ୍ଡି ବରାଡ଼ ଗ୍ୟାଙ୍ଗ ଏହାକୁ ନିଜ ଉପରକୁ ନେଇଥିଲା ।