ନୂଆଦିଲ୍ଲୀ ୨୧।୧୦: ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ଦେଶର ପ୍ରମୁଖ ସହରକୁ ବିମାନ ଭଡ଼ାରେ ବେଶ୍ ବୃଦ୍ଧି ଦେଖାଯାଇଛି। ଖାସ କରି ଦିଲ୍ଲୀ-ପାଟନା, ଦିଲ୍ଲୀ-ମୁମ୍ବାଇ ରୁଟରେ ଟିକେଟ୍ ମୂଲ୍ୟ ବେଶ ବଢି ଯାଇଛି। ଦିଲ୍ଲୀରୁ ପାଟନା ବିମାନ ଟିକେଟ ମୂଲ୍ୟ ଦିଲ୍ଲୀ-ଦୁବାଇ ଭଡ଼ାଠରୁ ମଧ୍ୟ ଏବେ ଅଧିକ। ଉତ୍ସବ ଯୋଗୁ ସପ୍ତାହନ୍ତରେ ବେଙ୍ଗଲୁରୁ-ଦିଲ୍ଲୀ ଭଳି ରୁଟରେ ବିମାନ ଟିକେଟ୍ ମୂଲ୍ୟରେ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
ଯଦି ଦୀପାବଳିର ଦୁଇ ଦିନ ପୂର୍ବରୁ ଶନିବାର ୨୨ ତାରିଖ ଲାଗି ଦିଲ୍ଲୀ-ପାଟନା ବିମାନ ଟିକେଟ୍ ମୂଲ୍ୟ ଦେଖନ୍ତି , ତେବେପ୍ରାରମ୍ଭିକ ମୂଲ୍ୟ ୨୨ ହଜାରରୁ ଊର୍ଦ୍ଧ୍ୱ ରହିବ।ଏହି ଭଡା ଇକୋନମିକ କ୍ଲାସ୍ ଲାଗି । ଏଥିରେ ଦିଲ୍ଲୀ-ଦୁବାଇ ବିମାନ ଟିକେଟ୍ ର ଭଡା ୧୨ ହଜାର ୬୫୫ ଟଙ୍କାରୁ ଆରମ୍ଭ ହେଉଛି। ଦିଲ୍ଲୀରୁ ପାଟନା ଲାଗି ଅକ୍ଟୋବର ୨୨ ତାରିଖ ଦିନ ସର୍ବାଧିକ ୩୧ହଜାର ୨୦୭ ଟଙ୍କା ରହିଛି। ଏହି ସବୁ ରୁଟରେ ଫେୟାର ପେଟିଏମ ବୁକିଂ ଦର ଉପରେ ଆଧାରିତ।
{"id":698828,"sizeSlug":"full","linkDestination":"none"}
ସେହିପରି ୨୨ ତାରିଖ ଦିନ ଯଦି ଦିଲ୍ଲୀ-ଲକ୍ଷ୍ମୌ ପେଟିଏମରେ ବିମାନ ଟିକେଟ କ୍ରୟ କରନ୍ତି ପ୍ରାରମ୍ଭିକ ମୂଲ୍ୟ ୧୫ ହଜାର ୧୯୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ଦିଲ୍ଲୀ-ରଞ୍ଚି ବିମାନ ଟିକେଟ୍ ମୂଲ୍ୟ ୨୧ ହଜାର ୫୭୭ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଦିଲ୍ଲୀ-କୋଲକାତା ବିମାନ ଟିକେଟ୍ ର ପ୍ରାରମ୍ଭିକ ମୂଲ୍ୟ ୧୬ହଜାର ୪୫୪ ରହିଛି। ଏଥିରେ ବିମାନ ଟିକେଟର ଏପରି ମୂଲ୍ୟବୃଦ୍ଧିର କାରଣ ହେଉଛି ଟ୍ରେନରେ ଟିକେଟ୍ ଉପଲବ୍ଧ ନ ହେବା।
ସେପଟେ ଦିଲ୍ଲୀ-ପାଟନା ଲାଗି ଅକ୍ଟୋବର ୨୨ ତାରିଖ ନିମନ୍ତେଏୟାର ଇଣ୍ଡିଆର ସବୁ ଟିକେଟ୍ ପୂର୍ବରୁ ବୁକ୍ ହୋଇ ସାରିଛି। ଏଣୁ ଏହି ଦିନ ପାଇଁ ଟିକେଟ୍ ନିମନ୍ତେ ଏୟାର ଇଣ୍ଡିଆ ତାଙ୍କ ୱେବସାଇଟ୍ରେ ସୋଲ୍ଡ ଆଉଟ ଲେଖିଦେଇଛନ୍ତି। ସେପଟେ ଇଣ୍ଡିଗୋରେ ଦିଲ୍ଲୀ-ପାଟନା ବିମାନ ଟିକେଟ୍ ମୂଲ୍ୟ ୩୨ ହଜାର ଟଙ୍କା ପାର କରିଗଲାଣି। ତେବେ ୨୨ ଅକ୍ଟୋବର ଲାଗି ପ୍ରାରମ୍ଭିକ ଟିକେଟ ମୂଲ୍ୟ ୨୮ ହଜାର ୧୬୨ ଟଙ୍କା ଅଛି। ଦିଲ୍ଲୀ –ପାଟନା ଲାଗି ଅକ୍ଟୋବର ୨୨ ତାରିଖ ଦିନ ସ୍ପାଇସ୍ ଜେଟ୍ର କୌଣସି ବିମାନ ଉପଲବ୍ଧ ନାହିଁ। ୨୪ ଅକ୍ଟୋବର ଦୀପାବଳି ପରେ ଅକ୍ଟୋବର ୩୦ରୁ ଛଟ ପୂଜା ଉତ୍ସବ। ଖାସ୍ ଏଥିଲାଗି ବିମାନ ଟିକେଟ୍ର ଏତେ ଚାହିଦା ଦେଖିବାକୁ ମିଳୁଛି।