ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପଟିଆଲା କୋର୍ଟ ଶୁଣାଇବେ କେବେ ନିର୍ଭୟା ଦୋଷୀଙ୍କୁ ହେବ ଫାଶୀ

18/12/2019 at 2:20 PM

ନୂଆଦିଲ୍ଲୀ ୧୮।୧୨: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ସିଂହର ଆବେଦନ ଖାରଜ ହୋଇଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଆର୍‌. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ପରେ ଅକ୍ଷୟ ସିଂହଙ୍କ ଆବେଦନଙ୍କ ଅଗ୍ରାହ୍ୟ କରିଦେଇଛନ୍ତି । ସେପଟେ ଏବେ ନିର୍ଭୟା ଗଣଦୁଷ୍କର୍ମ  ଘଟଣାର ଅନ୍ୟ ଏକ ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇଛି । ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଆବେଦନ ହୋଇଥିଲା । ପୂର୍ବ ଶୁଣାଣିରେ ପଟିଆଲା କୋର୍ଟ କହିଥିଲେ କି ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଆବେଦନ ବିଚାରାଧୀନ ରହିଛି। ତେଣୁ  ସୁପ୍ରିମକୋର୍ଟଙ୍କ ରାୟ ପରେ ଶୁଣାଣି କରାଯିବ ବୋଲି କୋର୍ଟ କହିଥିଲେ । ଆଜି ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ସିଂହର ପୁନର୍ବିଚାର ଆବେଦନ ଖାରଜ ହେବାପରେ ଦିଲ୍ଲୀ ପଟିଆଲା ହାଇସ କୋର୍ଟରେ ଶୁଣାଣି ଜାରି ରହିଛି ।  

   Related Posts