scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଦିଲ୍ଲୀ ଚଲୋ’ ଅଭିଯାନ; ରାଜଧାନୀରେ ଚାଷୀଙ୍କ ମହାଗର୍ଜନ, ପଞ୍ଜାବ-ହରିୟାଣା-ଦିଲ୍ଲୀ ସୀମା ସିଲ୍

13/02/2024 at 8:53 AM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ମହାଗର୍ଜନ । ମଙ୍ଗଳବାରଠୁ ଆରମ୍ଭ ହେଉଛି ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ । ଆଇନରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବି ନେଇ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନର ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି । ଆଜି ରାଜଧାନୀରେ ରଣହୁଙ୍କାର ଦେବେ ପ୍ରାୟ ୨ଶହରୁ ଅଧିକ କୃଷକ ସଂଗଠନ । ଚାଷୀଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତ ହୋଇ ରହିଛି ଦିଲ୍ଲୀ ପୋଲିସ୍ । ଦିଲ୍ଲୀ-ପଞ୍ଜାବ-ୟୁପି ସୀମା ସିଲ୍ ହୋଇଛି । ରାଜଧାନୀର ସମସ୍ତ ପ୍ରବେଶକୁ ପଥରେ କଡ଼ା ପ୍ରହରା ଦେଉଛି ଦିଲ୍ଲୀ ପୋଲିସ । କୃଷକ ସଂଗଠନ ମଙ୍ଗଳବାର ସକାଳ ୧୦ରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବ । ନିଜ ଦାବି ପୂରଣ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ହଜାର ହଜାର ସଂଖ୍ୟାରେ ଚାଷୀ ।   

ସୋମବାର କୃଷକ ଆନ୍ଦୋଳନକୁ ରୋକିବା ପାଇଁ ଚାଷୀ ନେତାଙ୍କ ସହିତ ସରକାରଙ୍କ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଓ ଅର୍ଜୁନ ମୁଣ୍ଡା ପାଞ୍ଚ ଘଣ୍ଟା ଚାଷୀ ନେତା ସରବଣ ସିଂହ ପନ୍ଧରଙ୍କ ସହିତ ବୈଠକ କରି ନିଷ୍କର୍ସ ବାହାର କରିବାକୁ ଉଦ୍ୟମ କରିଥିଲେ ମାତ୍ର ନିଜ ଜିଦରେ ଅଟଳ ରହିଥିଲା ସଂଗଠନ । ଚାଷୀ କେବଳ ଆଇନରେ ଏମଏସପି ଗ୍ୟାରେଣ୍ଟି ଚାହାଁନ୍ତି ବୋଲି କହିଥିଲେ । ବୈଠକରେ କୌଣସି ସମାଧାନ ସୂତ୍ର ନବାହାରିବାରୁ ଆରପାର୍ ଆନ୍ଦୋଳନ ଡାକରା ଦେଇଛନ୍ତି ଚାଷୀ ନେତା ।

ରାଜଧାନୀରେ ଦିଲ୍ଲୀରେ ଆଜି ରଣହୁଙ୍କାର ଦେବେ ହଜାର ହଜାର ସଂଖ୍ୟାରେ ଚାଷୀ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ୟୁପି, ମଧ୍ୟପ୍ରଦେଶ ଏବଂ ଅନ୍ୟ ରାଜ୍ୟର ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ୍ ହେବେ । ସେପଟେ ଚାଷୀଙ୍କୁ ଅଟକାଇବାକୁ ଗାଜିପୁର, ସିନ୍ଧୁ, ସମ୍ଭୁ, ଟିକରୀ ସମସ୍ତେ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରି ଦିଆଯାଇଛି । ବୋର୍ଡର ଅଞ୍ଚଳରେ ପୋଲିସ ଛାଉଣି ହୋଇ ରହିଛନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀକୁ ସୀମାକୁ ଲାଗିକରିଥିବା ୭ଟି ଜିଲ୍ଲା ତଥା କୁରୁକ୍ଷେତ୍ର, ଅମ୍ବାଲା, କୈଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିରସାରେ ମଙ୍ଗଳବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଗୁଇନ୍ଦା ରିପୋର୍ଟ ମୁତାବକ, ଆନ୍ଦୋଳନ ପାଇଁ ଟ୍ରାକ୍ସର ରିହସଲ୍ ହୋଇଛି । ପ୍ରାୟ ୧୦ରୁ ୧୫ ହଜାର ଚାଷୀ ୨୦୦୦ରୁ ୨୫୦୦ ଟ୍ରାକ୍ଟର ନେଇ ଦିଲ୍ଲୀରେ ପ୍ରବେଶ କରିପାରନ୍ତି ।  ପୋଲିସ୍ ପ୍ରଶାସନ ସ୍ପଷ୍ଟ କରି ଦେଇଛି, ଯେ ଆନ୍ଦୋଳନ ବାହାନାରେ ଚାଷୀ ଉପଦ୍ରବ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts