ଦିଲ୍ଲୀକୁ ପୁଣି ଫେରିବ ଅଡ୍-ଇଭିନ ଫର୍ମୁଲା; ପ୍ରଦୂଷଣ ରୋକିବାକୁ ଓ୍ବିଣ୍ଟର ଆକ୍ସନ ପ୍ଲାନ୍ ଘୋଷଣା

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଥରେ ଫେରିବ ଅଡ୍-ଇଭିନ ଫର୍ମୁଲା । ଶୀତ ଦିନରେ ବାୟୁ ପ୍ରଦୂଷଣ ରୋକିବାକୁ ଏହି ନିୟମ ଲାଗୁ ହେବ । ଏହା ସହିତ ନଭେମ୍ବର ପହିଲାରୁ ୧୫ ତାରିଖ ଯାଏ କୃତ୍ରିମ ବର୍ଷା କରିବାକୁ ଚାଲିଛି ପ୍ରସ୍ତୁତି । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଓ୍ବିଣ୍ଟର ଆକ୍ସନ ପ୍ଲାନ୍ ଘୋଷଣା କରିଛନ୍ତି । ପ୍ରଦୂଷଣକୁ ରୋକବାକୁ ଆତିଶୀ ସରକାରଙ୍କ ଚାଲିଛି ୨୧ ସୂତ୍ରୀ କାର୍ଯ୍ୟ ଯୋଜନା । 

ଗୋପାଳ ରାୟ କହିଛନ୍ତି, ବାୟୁ ପ୍ରଦୂଷଣକୁ କଣ୍ଟ୍ରୋଲ କରିବାକୁ ଦିଲ୍ଲୀ ସରକାରଙ୍କୁ ଏହାର ପଡୋଶୀ ରାଜ୍ୟମାନେ ସହଯୋଗ କରିବା ଆବଶ୍ୟକ । କେନ୍ଦ୍ର ସରକାରଙ୍କ ସହିତ ମିଶି ଜରୁରୀ ପ୍ଲାନ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ୨୦୧୬ରୁ ୨୦୨୩ ମଧ୍ୟରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ୩୪.୬ ପ୍ରତିଶତ କମ୍ ରେକର୍ଡ କରାଯାଇଥିଲା । ରାଜଧାନୀରେ ବନୀକରଣ ଭଳି ଦୀର୍ଘକାଳୀନ ଯୋଜନା ପାଇଁ ପ୍ରଦୂଷଣ ଇଣ୍ଡେକ୍ସ କମ୍ ରହିଥିବା ଗୋପାଳ ରାୟ କହିଛନ୍ତି ।

ଗୋପାଲ ରାୟ କହିଛନ୍ତି, ଦିଲ୍ଲୀ ସରକାର ଗତ ୪ ବର୍ଷରେ ରାଜଧାନୀର ୨ କୋଟିରୁ ଅଧିକ ଗଛ ଲଗାଇଛନ୍ତି । ବୃକ୍ଷରୋପଣ ନୀତି ଯୋଗୁଁ ପ୍ରଦୂଷଣ ରୋକିବାରେ ସଫଳତା ମିଳିଛି । ଦିଲ୍ଲୀର ବିଭିନ୍ନ ସଡ଼କ ପଥରେ ୭୫୪୫ରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବସ୍ ଚାଲୁଛି । ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି ନୀତି ସଫଳ ସାବ୍ୟସ୍ତ ହୋଇଛି । ସେହିପରି ଦିଲ୍ଲୀରେ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦ କରିଦିଆଯାଇଛି । ହେଲେ ଏନସିଆର୍ ରାଜ୍ୟ ଗୁଡ଼ିକରେ ଏବେବି ଏହି ପ୍ଲାଣ୍ଟ ଚାଲୁଛି । ଏହା ଛଡ଼ା ଆତିଶୀ ସରକାର ଅଡ୍-ଇଭିନ ନମ୍ବର ପୁଣି ଥରେ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଗୋପାଳ ରାୟ କହିଛନ୍ତି । ଏହା ପ୍ଲାନ ଜରୁରୀକାଳୀନ ପରିସ୍ଥିତିରେ ଲାଗୁ ହେବ । ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.