Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବ୍ରହ୍ମାଶକ୍ତି ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜଣେ ମୃତ

11/06/2022 at 11:38 AM

ନୂଆଦିଲ୍ଲୀ ୧୧/୦୬: ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ରୋହିଣୀସ୍ଥିତ ବ୍ରହ୍ମାଶକ୍ତି ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ନିଆଁ । ଶନିବାର ସକାଳେ ହସ୍ପିଟାଲରେ ନିଆଁ ଲାଗିବାରୁ ଜଣେ ପ୍ରାଣ ହରାଇଛନ୍ତି । ଘଟଣା ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଛି ।

ସୂଚନାନୁସାରେ, ଶନିବାର ସକାଳେ ହଠାତ ହସ୍ପିଟାଲର ଆଇସିୟୁ ଓ୍ନାର୍ଡରେ ନିଆଁ ଲାଗିଯାଇଥିଲା । ଫଳରେ ଯିଏ ଯୁଆଡେ ପାରିଥିଲେ ଦୌଡିଥିଲେ । କିଛି ରୋଗୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ ଜଣେ ପ୍ରାଣ ହରାଇଛନ୍ତି । ମୃତକଜଣଙ୍କ ଭାଣ୍ଟିଲେଟରରେ ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା ।

ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ହସ୍ପିଟାଲରେ ନିଆଁ ଖବର ମିଳିବା ପରେ ୯ଟି ଗାଡି ପଠାଯାଇଥିଲା । ନିଆଁକୁ ସମ୍ପର୍ଣ୍ଣ ଭାବେ ଆୟତ କରାଯାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଲଜପତ ନଗରର ଏକ ବିଲ୍ଡିଂରେ ବେସମେଣ୍ଟରେ ନିଆଁ ଲାଗିଯାଇଥିଲା । କିନ୍ତୁ ପଛ ଝରକା ଦେଇ 80 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା  । ଫଳରେ ଏକ ବଡ ଅଘଟଣ ଟଳିଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ତାହା ତୃତୀୟ ମହଲା ଯାଏଁ ବ୍ୟାପିଯାଇଥିଲା ।

   Related Posts