ଦିଲ୍ଲୀରେ ସ୍ୱାଭାବିକ ହେଲା ବାଣିଜ୍ୟ ବ୍ୟବସାୟ, ଦୋକାନ ବଜାର ଖୋଲିବା ନେଇ ହଟିଲା କଟକଣା

Published By : Prameya-News7 Bureau | August 21, 2021 IST

ନୂଆଦିଲ୍ଲୀ, ୨୧|୦୮:    ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା କମିବାରେ ଲାଗିଛି । ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ରାଜଧାନୀରେ ଦୋକାନ ଖୋଲିବା ଓ ବନ୍ଦ ନେଇ କୌଣସି କଟକଣା ରହିବ ନାହିଁ । ସୋମବାରଠୁ ଦିଲ୍ଲୀବାସୀଙ୍କୁ ଏହି ଆଶ୍ୱସ୍ତି ମିଳିବ ।

ପୂର୍ବରୁ ଦୋକାନ ବଜାର ସନ୍ଧ୍ୟା ୮ଟା ଯାଏଁ ଖୋଲିବାକୁ ଅନୁମତି ଥିଲା । ଏବେ କିନ୍ତୁ କଟକଣାକୁ ହଟାଇ ଦିଆଯାଇଛି । ସାଧାରଣ ସମୟ ଅନୁଯାୟୀ ଦୋକାନ ବଜାର ଖୋଲିପାରିବ ।

ଦିଲ୍ଲୀରେ ଗତ କିଛି ସପ୍ତାହ ହେଲା କରୋନା ମାମଲା ଅହେତୁକ ହ୍ରାସ ପାଉଛି । ଶନିବାର ମାତ୍ର ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପ୍ରିଲରେ ଦୈନିକ ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ମାମଲା କମୁଛି ।

ଏହାସହ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ପଜିଟିଭିଟି ହାର ୦.୦୩ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.