ଦିଲ୍ଲୀର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶୀର୍ବାଦ ଦରକାର, ଏମସିଡି ନିର୍ବାଚନ ଜିତିବା ପରେ କହିଲେ କେଜ୍ରିଓ୍ଵାଲ

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଆପ୍) ଦିଲ୍ଲୀ ନଗର ନିଗମ(ଏମସିଡି) ନିର୍ବାଚନ ଜିତିବାରେ ସଫଳ ହୋଇଛି। ଏଥିସହ ଦୀର୍ଘ ୧୫ ବର୍ଷ ଧରି ଏମସିଡି ଗାଦିରେ ବସିଥିବା ବିଜେପିକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ସେ ସମସ୍ତଙ୍କୁ ନେଇ ଆଗକୁ ବଢିବେ। ଦିଲ୍ଲୀକୁ ଠିକ୍ କରିବା ପାଇଁ ସେ ସମସ୍ତ କର୍ପୋରେଟରଙ୍କ ସହିତ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଆଶୀର୍ବାଦ ଦରକାର।

ଦେଶ ରାଜଧାନୀର ବିକାଶ ପାଇଁ କାମ କରିବା ଲାଗି ବିରୋଧୀ ମଧ୍ୟ ଏକାଠି ଆାସନ୍ତୁ ବୋଲି କେଜ୍ରିଓ୍ଵାଲ ଅପିଲ୍ କରିଛନ୍ତି। ମୁଁ ସମସ୍ତ ପ୍ରାର୍ଥୀ ଏବଂ ସମସ୍ତା ପାର୍ଟିଙ୍କୁ ଅପିଲ୍ କରୁଛି। ମୁଁ ବିଜେପି ଏବଂ କଂଗ୍ରସ କର୍ମକର୍ତ୍ତାଙ୍କୁ ଆପ୍ ସହିତ କାମ କରିବାକୁ ଅପିଲ୍ କରୁଛି। ଆପଣମାନେ ବିଜେପି କାଉନସିଲର ନୁହନ୍ତି। ଆପଣମାନେ ଦିଲ୍ଲୀର କାଉନସିଲର। ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଦରକାର ବୋଲି କେଜ୍ରିଓ୍ଵାଲ କହିଛନ୍ତି।

wp:html /wp:html

କେଜ୍ରିଓ୍ଵାଲ ଜନତାଙ୍କ ପ୍ରତି କୃତଜ୍ଞତା ଜଣାଇ କହିଛନ୍ତି ଯେ, ଆପଣମାନେ ନିଜ ପୁଅ-ଭାଇଙ୍କୁ ଯୋଗ୍ୟ ଭାବି ଆଜି ନିଗର ନିଗମର ଦାୟିତ୍ଵ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଜନତା ତାଙ୍କୁ ଶିକ୍ଷା, ସ୍କୁଲ, ହସ୍ପିଟାଲ୍, ବିଜୁଳିର ଦାୟିତ୍ଵ ଦେଇଥିଲେ, ଯାହାକୁ ଦିନ ରାତି ପରିଶ୍ରମ କରି ସଜଡା ଯାଇଛି। ଏବେ ସଫେଇ, ଦୁର୍ନୀତି ସମାପ୍ତ କରିବା ଏବଂ ପାର୍କ ଠିକ୍ କରିବା ସମେତ ଅନେକ ଦାୟିତ୍ଵ ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ନଗର ନିଗମ(ଏମସିଡି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମୋଟ୍ ୨୫୦ ଓ୍ଵାର୍ଡରୁ ୧୩୪ଟି ଜିତି ମ୍ୟାଜିକ ନମ୍ବର ଛୁଇଁଚି। ୧୦୪ ଆସନ ଜିତି ବିଜେପି ଦ୍ଵିତୀୟରେ ଥିବା ବେଳେ କଂଗ୍ରେସ ମାତ୍ର ୯ଟି ଜିତି ତୃତୀୟ ସ୍ଥାନରେ ରହିଛି। ୨୫୦ ଓ୍ଵାର୍ଡ ବିଶିଷ୍ଟ ଏମସିଡିରେ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୧୨୬ଟି ଆସନ, ଯାହାକୁ ହାସଲ କରି ନେଇଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆପ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.