ମୁମ୍ଵାଇ ୨୯।୦୨: ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନରେଲା ଅଞ୍ଚଳରେ ଜଣେ ଯୁବତୀର ମୃତଦେହ ମିଳିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ ମୃତ ଯୁବତୀ ଜଣକ ୨୮ ବର୍ଷର ବର୍ଷା ପାୱାର ବୋଲି ଜଣାପଡିଛି। ବର୍ଷାଙ୍କ ମୃତ ଦେହ ସ୍ଥାନୀୟ ଦୋକାନରୁ ଉଦ୍ଧାର ହୋଇଛି। ଏଥିସହିତ ଫୋରେନସିକ୍ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇ ତଦନ୍ତ କରାଯାଇଛି।
ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ମୃତ ଯୁବତୀଙ୍କ ବନ୍ଧୁ ନିଖୋଜ ଥିବା ନେଇ ପୋଲିସ ଜାଣିବାକୁ ପାଇଛି। ତେବେ ଦିଲ୍ଲୀ ପୋଲିସର ସୂଚନାନୁସାରେ ସୋନିପତର ଏକ ରେଳ ଟ୍ରାକରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଛି। ସେ ଯୁବତୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଛି। ମୃତ ବର୍ଷା ନରେଲାର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢାଉଥିଲେ। ଯୁବତୀ ନମିଳିବାରୁ ତାଙ୍କ ବାପା ପୋଲିସ୍ଙ୍କ ନିକଟରେ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ। ବିଦ୍ୟାଳୟ ପାଖରେ ଏକ ଷ୍ଟେସନାରୀ ଦୋକାନ ମଧ୍ୟ ଅଛି। ଯାହା ଗତ ୪ ଦିନ ଧରି ବନ୍ଦ ରହିଥିଲା । ଉକ୍ତ ଦୋକାନୀଙ୍କ ଉପରେ ଯୁବତୀଙ୍କ ପିତା ସନ୍ଦେହ କରିଥିଲେ। ଏହା ପରେ ଦୋକାନ ଭଙ୍ଗା ଯିବାରୁ ଯୁବତୀର ମୃତଦେହ ମିଳିଥିଲା। ମୃତ ଯୁବତୀଙ୍କ ବେକରେ ଏକ ଚିହ୍ନ ରହିଥିଲା।
ଅନୁସନ୍ଧାନ ଅନୁଯାୟୀ, ଯୁବତୀଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ କୁହାଯାଉଛି। ମୃତ ଯୁବକଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ ଯୁବତୀ ମଧ୍ୟ ଜଣେ ବିଜେପି କର୍ମୀ ବୋଲି କୁହାଯାଉଛି। ସେପଟେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପରିବାରର ଯୁବତୀଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ ପାଇଛି।
wp:embed {"url":"https://www.prameyanews7.com/man-gets-qr-code-tattoo-on-forehead-video-viral/","type":"wp-embed","providerNameSlug":"prameya-news-7"}