ଆସିଲା ବିଶ୍ବର ୫୦ଟି ଧନୀ ସହର ତାଲିକା, ୨୪ ତମ ସ୍ଥାନରେ ମୁମ୍ବାଇଓ ୩୭ ନମ୍ବରରେ ଦିଲ୍ଲୀ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ ୨୮/୫:  ବିଶ୍ବର ୫୦ଟି ଧନୀ ସହର ତାଲିକାରେ ଭାରତର ୨ ସହର ଦିଲ୍ଲୀ ଓ ମୁମ୍ବାଇ । ପ୍ରଥମ ଥର ପାଇଁ ସବୁଠୁ ଧନୀ ସହର ଲିଷ୍ଟରେ ଦିଲ୍ଲୀ ଓ ମୁମ୍ବାଇକୁ  ସ୍ଥାନ ଦିଆଯାଇଛି  । ଲିଷ୍ଟର ୨୪ ତମ ସ୍ଥାନରେ ମୁମ୍ବାଇ ଥିବାବେଳେ ଦିଲ୍ଲୀ ୩୭ ନମ୍ବରରେ ରହିଛି । ରିପୋର୍ଟ ଅନୁସାରେ ଦ୍ରୁତ ଆର୍ଥିକ ବିକାଶ ଓ ବିଶ୍ବରେ ପ୍ରଭାବ ବୃଦ୍ଧି ଯୋଗୁ ଦିଲ୍ଲୀ ଓ ମୁମ୍ବାଇକୁ ୫୦ଟି ଧନୀ ସହର ତାଲିକାରେ ସାମିଲ କରାଯାଇଛି । ତେବେ ଏହି ଲିଷ୍ଟର ସବୁଠୁ ଉପରେ ରହିଛି ଆମେରିକାର ନ୍ୟୁୟର୍କ ସହର । ତାପଛକୁ ଜାପାନର ଟୋକିଓ ସହର,ସିଙ୍ଗାପୁର,ୟୁନାଇଟେଡ କିଙ୍ଗଡମର ଲଣ୍ଡନ,ଫ୍ରାନ୍ସର ପ୍ୟାରିସ, ଅଷ୍ଟେଲିଆର ସିଡନୀ,ଚୀନର ହଂକଂ ଓ ବେଜିଂ ସହର ରହିଛି । 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.