ଦିଲ୍ଲୀ ସହ ତିନି ଷ୍ଟେସନର ବଦଳିବ ରୂପରେଖ, ୧୦ ହଜାର କୋଟିର ବ୍ୟୟ ଅଟକଳ, ରେଳ ମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ତିନୋଟି ବଡ଼ ନିଷ୍ପତ୍ତି ନେଇଛି । ଏଥିରେ ରେଲୱେ ଷ୍ଟେସନ ଉନ୍ନତିକରଣ ସାମିଲ ରହିଛି । ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନ ନୂଆଦିଲ୍ଲୀ, ଅହମଦାବାଦ ଏବଂ ମୁମ୍ୱାଇକୁ ପୁନର୍ବିକାଶ ପାଇଁ ଭାରତୀୟ ରେଲୱେର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ବିକାଶ ଯୋଜନାରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ହେବ । ଏହାଛଡା ଦେଶର ୧୯୯ଟି ପ୍ଲାଟଫର୍ମର ଉନ୍ନତିକରଣ କରାଯିବ ।

ବୁଧବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇ ରେଲୱେ ଷ୍ଟେସନର ଏକୀକୃତକୁ ନେଇ ନିଷ୍ପତ୍ତି ନିଆଯାଇଛି । ୧୯୯ ରେଲୱେ ଷ୍ଟେସନର ରୂପରେଖ ବଦଳାଯିବା ଉପରେ କାମ ଜାରି ରହିଛି । ଏହି ହମତ୍ୱାକାଂକ୍ଷୀ ପରିଯୋଜନା ଅଧିନରେ ଷ୍ଟେସନ ଗୁଡିକ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ର ସରକାର ରେଲୱେ ଷ୍ଟେସନ ଗୁଡିକର ଆଧୁନୀକରଣ ଦିଗରେ ଆଗକୁ ବଢୁଛନ୍ତି । ଏଥିରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଷ୍ଟେସନକୁ ଫୋକସରେ ରଖାଯାଇଛି । ରେଳ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରେ ବସ, ଅଟୋ ଏବଂ ମେଟ୍ରୋ ରେଳ ସେବା ସହ ଟ୍ରେନ ସେବାକୁ ସାମିଲ କରାଯିବ । ଅନ୍ୟପଟେ ଅହମଦାବାଦ ରେଲୱେ ଷ୍ଟେସନକୁ ମୋଡେରାର ସୂର୍ଯ୍ୟ ମନ୍ଦିର ଆକାର ଦିଆଯିବ । ମୁମ୍ୱାଇ ହେରିଟେଜ୍ ଭବନରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ, କିନ୍ତୁ ଏହା ନିକଟରେ ଥିବା ବିଲ୍ଡିଂ ଗୁଡିକକୁ ପୁଣି ଥରେ ବିକଶିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.