scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁଖାର୍ଜୀ ନଗରର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ନିଆଁ ଲାଗି ୪ ଆହତ

15/06/2023 at 3:02 PM

ନୂଆଦିଲ୍ଲୀ ୧୫/୦୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଲାଗିଲା ନିଆଁ । ଦିଲ୍ଲୀର ଏହି ବିଲଡିଂରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗି ୪ ଜଣ ଛାତ୍ର ଆହତ ହୋଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳର ୧୧ଟି ଗାଡ଼ି ନିୟୋଜିତ ହୋଇଛନ୍ତି। କୋଚିଂ ସେଣ୍ଟରର ତୃତୀୟ ମହଲାରେ ନିଆଁ ଲାଗିଛି।

ବଡ଼ କଥା ହେଲା କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ଦଉଡ଼ି ସହାୟତାରେ ତିନିମହଲା ବିଲଡିଂ ଉପରୁ ଓହ୍ଲାଇବାର ଦେଖିବାକୁ ମିଳିଛି। ଆପଣ ଦେଖୁଛନ୍ତି ସେହି ଦୃଶ୍ୟ। କିପରି ବିଲଡିଂର ତୃତୀୟ ମହଲାରୁ ପିଲାମାନେ ଦଉଡ଼ି ସହାୟତାରେ ଅତି ବିପଜ୍ଜନକ ଭାବେ ବିଲଡିଂରୁ ଓହ୍ଲାଉଛନ୍ତି। ଏହି ସମୟରେ କେହି ଛାତ୍ରଛାତ୍ରୀ ଦଉଡ଼ିରୁ ଖସି ପଡ଼ିବାର ଆଶଙ୍କା ରହିଛି। ତଳେ ଅଗ୍ନିଶମ ବାହିନୀ କର୍ମଚାରୀ ସେମାନଙ୍କୁ ଓହ୍ଲାଇ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି।

କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ଏହା ପରିସର ଧୁଆଁମୟ ହୋଇଯାଇଥିଲା। ଏଥିଯୋଗୁଁ ଛାତ୍ରଛାତ୍ରୀ ମାନେ ବିକଳରେ ଏଣେତେଣେ ଦଉଡ଼ିବାରେ ଲାଗିଥିଲେ। କେତେକ ଛାତ୍ର ମଧ୍ୟ କୋଚିଂ ସେଣ୍ଟରର ଝରକାରୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ କୋଚିଂ ସେଣ୍ଟରରୁ ସବୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବିଲଡିଂରୁ ନିଆଁ ଲିଭା କାର୍ଯ୍ୟରେ ୧୧ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।

   Related Posts