oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା, ଏବେ ମିଳିବ ଏତେ ଟଙ୍କା…

6/05/2022 at 10:28 AM

ନୂଆଦିଲ୍ଲୀ, ୦୬/୦୫:  ଦିଲ୍ଲୀ ବିଧାୟକଙ୍କ ଦରମା ଅତିଶୀଘ୍ର ବଢିପାରେ । କାରଣ କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବଢାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ସବୁ ବିଧାୟକଙ୍କୁ ୫୪ ହଜାର ଟଙ୍କା ମିଳୁଛି । ତେବେ ଦରମା ବଢିଲେ ଏବେ ସେମାନେ ମାସକୁ ୯୦ ହଜାର ଟଙ୍କା ପାଇବେ ।

ଏବେ ବିଧାୟକଙ୍କୁ ବେସିକ ସାଲାରୀ ଭାବେ ୧୨ ହଜାର ଟଙ୍କା ମିଳୁଛି । ଯାହା ବଢିଯାଇ ୨୦ ହଜାର ଟଙ୍କା ହୋଇଯିବ । ଏବଂ ସମସ୍ତ ଭତ୍ତାକୁ ମିଶାଇଲେ ଦରମା ୫୪ ହଜାରରୁ ୯୦ ଟଙ୍କା ହୋଇଯିବ । ଏହାପୂର୍ବରୁ ଦିଲ୍ଲୀ ସରକାର ୨୦୧୫ରେ ଦରମା ବର୍ଦ୍ଧିତ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ମଞ୍ଜୁରୀ ମିଳିନଥିଲା ।

ବିଧାନସଭା ଅଧ୍ୟକ୍ଷ ରାମନିବାସ ଗୋଏଲ କହିଛନ୍ତି ଯେ, ପୂର୍ବରୁ ୨୦୧୧ରେ ବିଧାୟକଙ୍କ ଦରମା ବଢିଥିଲା । ୧୧ ବର୍ଷ ପରେ ଏତେ କମ୍ ଦରମା ବଢିବା ଉପଯୁକ୍ତ ନୁହେଁ । ଦିଲ୍ଲୀ ବିଧାୟକଙ୍କୁ ଅନ୍ୟ ରାଜ୍ୟର ବିଧାୟକଙ୍କ ଭଳି ଦରମା ମିଳିବା ଦରକାର । ଏବେ କେନ୍ଦ୍ରରୁ ମଞ୍ଜୁରୀ ମିଳିବା ବିଧାନସଭାର ଆସନ୍ତା ଅଧିବେଶନରେ ବିଧାୟକଙ୍କ ଦରମା ବଢିବା ନେଇ ବିଲ୍ ଆଗତ ହେବ ।

ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ଦରମା ବଢାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେନ୍ଦ୍ର ଏହାକୁ ଅସ୍ୱୀକାର କରିଥିଲା । ଏହାସହ କିଛି ପରାମର୍ଶ ଦେଇଥିଲା କେନ୍ଦ୍ର । ୨୦୨୧ରେ ଦିଲ୍ଲୀ ସରକାର ପୁଣି କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । ଯାହାକୁ ଶେଷରେ ମଞ୍ଜୁରୀ ମିଳିଛି ।

   Related Posts