ମନ୍ତ୍ରୀ ସୌରଭ ଭାରଦ୍ବାଜଙ୍କ ଓଏସଡି ସସପେଣ୍ଡ୍‌, ମେଡିକାଲ କିଟ୍ କିଣା ସହ ଜଡ଼ିତ ମାମଲାରେ ଏଲଜିଙ୍କ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ବାଜଙ୍କ ଓଏସଡି ଡା. ଆର ଏନ ଦାସଙ୍କୁ ନିଲମ୍ବିତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ମେଡିକାଲ କିଟ୍‌ କିଣାରେ ହୋଇଥିବା କଥିତ ଅନିୟମିତତାକୁ ନେଇ କରାଯାଇଛି।

ଏହା ପୂର୍ବରୁ ଆର ଏନ ଦାସଙ୍କୁ, ଡାଇରେକ୍ଟୋରେଟ ଅଫ୍‌ ଭିଜିଲାନ୍ସ ଦ୍ବାରା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ଯେଉଁଥିରେ ୨୦୨୧ରେ କୋଭିଡ-୧୯ ମହାମାରୀ ସମୟରେ ପ୍ରାୟ ୬୦ କୋଟି ଟଙ୍କା ମୂଲ୍ୟର ପିପିଇ କିଟ୍, ଗ୍ଲୋଭ୍ସ,, ମାସ୍କ ଏବଂ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କିଟ୍‌ ଆଦିର କିଣାରେ ହୋଇଥିବା ଅନିୟମିତତାର ଉତ୍ତର ରଖିବାକୁ କୁହାଯାଇଥିଲ। 

ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ବାଜଙ୍କ ଓଏସଡି ଉପରେ ଅଭିଯୋଗ ରହିଛି ଯେ, ଦିଲ୍ଲୀରେ ଅନେକ ନସିଂ ହୋମ୍‌ ବେଆଇନ ଭାବରେ ଚାଲୁ ରହିଛି। କିନ୍ତୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅଣଦେଖା କରାଯାଉଛି। ଆଉ ବିବେକ ବିହାର ବେବୀ କେୟାର ନ୍ୟୁ ବର୍ନ ହସ୍ପିଟାଲରେ ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟ ଏହାର ପରିଣାମ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.