vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ୬ ମାସ ପରେ ପୁଣି ଗଡ଼ିବ ମେଟ୍ରୋ, ଏହିସବୁ ରୁଟ୍ ପାଇଁ ମିଳିଛି ଗ୍ରୀନ୍‌ ସିଗନାଲ୍‌

6/09/2020 at 5:53 PM

ନୂଆଦିଲ୍ଲୀ ୦୬/୦୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ସଙ୍ଗୀନ । ପ୍ରତିଦିନ ୨୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଦିଲ୍ଲୀ ମେଟ୍ରୋ ପୁଣିଥରେ କାର୍ଯ୍ୟକ୍ଷମ ହେବକୁ ଯାଉଛି । ପାଖାପାଖି ୬ ମାସ ପରେ ମେଟ୍ରୋ ସେବା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୭ ସେପ୍ଟେମ୍ବର ପାଖରୁ ଛତରପୁର-ସମୟପୁର ବାଦଲୀ ରୁଟରେ ଗଡ଼ିବ ମେଟ୍ରୋ ।

ମେଟ୍ରୋ ସେବା ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ ଯାଇ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମନ୍ତ୍ରୀ କହିଥିଲେ ଯେ ସାମଜିକ ଦୂରତା ନିୟମ କଡ଼ାକଡ଼ା ପାଳନ କରାଯିବ । ଏହାସହ ସମସ୍ତ ନିୟମ ମାନିବାକୁ ଯାତ୍ରୀଙ୍କୁ ଅପିଲ୍ କରିବା ସହ ଆବଶ୍ୟକ ନଥିଲେ ମେଟ୍ରୋ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୈଳାଶ ଗେହଲଟ ।

ଆସନ୍ତାକାଲିଠୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ୩ଟି ଚରଣରେ ମେଟ୍ରୋ ସେବା ଆରମ୍ଭ ହେବ । ଦିଲ୍ଲୀର ସମୟପୁର ବାଦଲୀକୁ ସିଟି ସେଣ୍ଟର ସହ ଯୋଡ଼ୁଥିବା ରାପିଡ୍‌ ମେଟ୍ରୋ ଲାଇନ୍‌ ପ୍ରଥମେ ୭ ସେପ୍ଟେମ୍ବରରେ ଆରମ୍ଭ ହେବ । ସେହିଦିନ ଟ୍ରେନ୍‌ ସକାଳ ୭ରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ପୁଣି ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଚାଲିବ । ୯ ସେପ୍ଟେମ୍ବର ଠାରୁ ବ୍ଲୁ ଲାଇନ୍ ଓ ପିଙ୍କ ଲାଇନ୍ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

   Related Posts