ଯୁବକ ଟ୍ବିଟ୍ କଲେ- 'ପ୍ରେମିକାକୁ ଭେଟିବାର ଅଛି, ମେଟ୍ରୋ ଚାଲୁଛି କି ? ଦିଲ୍ଲୀ ମେଟ୍ରୋ ପକ୍ଷରୁ ମିଳିଲା ଏମିତି ଉତ୍ତର… ଯାହାକୁ ପସନ୍ଦ କରୁଛନ୍ତି ଲୋକେ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨।୬: ଜଣେ ଯାତ୍ରୀଙ୍କ ପ୍ରଶ୍ନ ଉପରେ ଦିଲ୍ଲୀ ମେଟ୍ରୋର ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରକୃତରେ ଯାତ୍ରୀ ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଉଦ୍ଦେଶ୍ୟରେ ପଚାରିଥିଲେ, ମେଟ୍ରୋ ଚାଲୁଛୁ କି ? ଏହାର ଉତ୍ତର ଦିଲ୍ଲୀ ମେଟ୍ରୋ ଶାହରୁଖ ଖାନଙ୍କ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ ଷ୍ଟାଇଲରେ ଦେଇଛି । ଯାହା ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ମେଟ୍ରୋ ଚଳାଚଳ କିଛି ସମୟ ପାଇଁ ବନ୍ଦ ଥିଲା, କିନ୍ତୁ ବର୍ତ୍ତମାନ ମେଟ୍ରୋ ପୁଣି ଚଳାଚଳ ଆରମ୍ଭ କରିଛି ।

wp:html /wp:html

ଜଣେ ଯାତ୍ରୀ ମେଟ୍ରୋ ରେଳ ନିଗମ (ଡିଏମଆରସି)କୁ ଟ୍ବିଟରରେ ଟ୍ୟାଗ କରି ମେଟ୍ରୋ ବିଷୟରେ ସୂଚନା ମାଗିଥିଲେ । ସେ ଲେଖିଛନ୍ତି, ‘ସପ୍ତାହ ଶେଷରେ ମେଟ୍ରୋ ଚାଲିବ କି ବନ୍ଦ ରହିବ ? ଦୟାକରି ନିଶ୍ଚିତ କୁହନ୍ତୁ, ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯିବାର ଅଛି । ଯଦି ଦେଖା ହୋଇପାରିବନାହିଁ ତେବେ ବ୍ରେକ୍ ଅପ୍ ନିଶ୍ଚିତ ହୋଇଯିବ  । ଏହି ପ୍ରଶ୍ନର ଉତ୍ତର DMRC ମଜାଳିଆ ଢଙ୍ଗରେ ଦେଇଛି । ଡିଏମଆରସିର ଟ୍ବିଟର ହ୍ୟାଣ୍ଡେଲର ଉତ୍ତରରେ କୁହାଯାଇଛି, ‘ମେଟ୍ରୋ ଚାଲୁ ହୈ ମେରେ ଦୋସ୍ତ, ଜା ଜୀ ଲେ ଆପନୀ ଜିନ୍ଦେଗୀ ।’ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମର ଡାଇଲଗ୍ ‘ସିମରନ୍ ଜା ଜୀ ଆପନୀ ଜିନ୍ଦେଗୀ’ ବହୁତ ଫେମସ୍ ଥିଲା ।

wp:html /wp:html

ଯାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ଦିଲ୍ଲୀ ମେଟ୍ରୋ ଫିଲ୍ମ 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ'ର ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଅମ୍ରିଶ ପୁରୀ ନଜର ଆସିଛନ୍ତି । ଏହା ହେଉଛି ଚଳଚ୍ଚିତ୍ରର ଶେଷ ଦୃଶ୍ୟ, ଯେତେବେଳେ ରେଳ ଷ୍ଟେସନରେ ପହଞ୍ଚିଥିବା ଅମ୍ରିଶ ପୁରୀ କାଜୋଲଙ୍କ ହାତ ଛାଡି ତାଙ୍କୁ କହିଥିଲେ, ‘ସିମରନ୍ ଜା ଜୀ ଲେ ଆପନr ଜିନ୍ଦେଗୀ’, DMRC ର ଏହି ଷ୍ଟାଇଲକୁ ଲୋକମାନେ ବେଶ ପସନ୍ଦ କରୁଛନ୍ତି । ପ୍ରକୃତରେ କରୋନା ମହାମାରୀରେ ଚାପଗ୍ରସ୍ତ ଲୋକଙ୍କ ମୁହଁରେ ହସ ଆଣିବାକୁ ଦିଲ୍ଲୀ ମେଟ୍ରୋ ଏଭଳି ଚେଷ୍ଟା କରିଥିଲା, ଯେଉଁଥିରେ ସେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.