ମେଟ୍ରୋରେ ଫିଲ୍ମ ସୁଟିଂ ପାଇଁ କେତେ ଟଙ୍କା ଦେବାକୁ ପଡେ ? ଜାଣନ୍ତୁ…

Published By : Prameya-News7 Bureau | January 17, 2024 IST

ନୂଆଦିଲ୍ଲୀ ୧୭।୦୧: ଦିଲ୍ଲୀ NCRରେ ରହୁଥିବା ପ୍ରାୟ ସବୁ ଲୋକ ମେଟ୍ରୋରେ ଯାତ୍ରା କରନ୍ତି । ଏପରି ଅନେକ ଅଛନ୍ତି ଯିଏକି ପ୍ରତିଦିନ ମେଟ୍ରୋରେ ଯିବାଆସିବା କରିଥାନ୍ତି ।  ବଲିଉଡରେ ଏପରି କିଛି ଫିଲ୍ମ ଯାହାର କିଛି ସିନ୍‌ ମେଟ୍ରୋରେ ସୁଟିଂ ହୋଇଛି ।

{"id":896725,"sizeSlug":"full","linkDestination":"none"}

ନିକଟରେ ରିଲିଜ୍ ହୋଇଥିବା ଶାହାରୁଖଙ୍କ ଫିଲ୍ମ ଜୱାନରେ ମଧ୍ୟ ଦେଖିବାକୁ ମିଳିଥିଲା ମେଟ୍ରୋ ସିନ୍‌ । ଏବେ ମନକୁ ପ୍ରଶ୍ନ ଆସୁଥିବ ମେଟ୍ରୋରେ ଫିଲ୍ମ ସୁଟିଂରେ କେତେ ଟଙ୍କା ଦେବାକୁ ପଡିଥାଏ  । DMRC ଅନୁଯାୟୀ, ଫିଲ୍ମ ସୁଟିଂ ପାଇଁ ଘଣ୍ଟା ପ୍ରତି ନିଆଯାଇଥାଏ ଭଡା । ଫିଲ୍ମ ସୁଟିଂ ପାଇଁ ଘଣ୍ଟା ପ୍ରତି ୫୦ ହଜାରରୁ ୩  ଲକ୍ଷ ଟଙ୍କା ଦେବାକୁ ପଡିଥାଏ।

{"id":896726,"sizeSlug":"full","linkDestination":"none"}

ସବୁଠାରୁ କମ୍‌ ଭଡା ଗ୍ରୀନ୍ ଏବଂ ପିଙ୍କ୍ ଲାଇନ୍ ମେଟ୍ରୋ ପାଇଁ ରହିଥାଏ । ଯେଉଁଥିପାଇଁ ଘଣ୍ଟାପ୍ରତି ଦେବାକୁ ପଡିଥାଏ  ୫୦ ହଜାର ଟଙ୍କା ।  ତେବେ ଆପଣ ମେଟ୍ରୋର କେଉଁ ରୁଟ୍‌ରେ ସୁଟିଂ କରିବାକୁ ଚାହୁଁଛନ୍ତି, ତାଉପରେ ନିର୍ଭର କରିଥାଏ ଭଡା ।

{"id":896727,"sizeSlug":"large","linkDestination":"none"}

ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ରାତି ୧୧ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଶୁଟ୍ ଉପରେ ୨୫% ରିହାତି ମିଳିଥାଏ । DMRC କହିଛି ଯେ ଯେତେବେଳେ ଫିଲ୍ମ ନିର୍ମାତା ଆଡଭାନ୍ସ ଦେଇଥାନ୍ତି, ସେତେବେଳେ ହିଁ ସୁଟିଂ ପାଇଁ ଦିଆଯାଇଥାଏ ପର୍ମିଶନ ।  

You Can Read:

wp:embed {"url":"https://www.prameyanews7.com/aishwarya-rai-is-richest-actress-of-bollywood/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aishwarya-rai-is-richest-actress-of-bollywood/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.