ରାଜଧାନୀ ଦିଲ୍ଲୀରେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ ; ଦିଲ୍ଲୀ ମେଟ୍ରୋ ପକ୍ଷରୁ ପ୍ରଦୂଷଣ କମାଇବା ପାଇଁ ଚାଲିବ ୨୧ଟି ନୂଆ ଟ୍ରେନ୍

Published By : Prameya-News7 Bureau | November 01, 2018 IST

ନୂଆଦିଲ୍ଲୀ ୧|୧୧: ରାଜଧାନୀ ଦିଲ୍ଲୀରେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ ।ଲୋକେ ନିଜ ନିଜ ଗାଡ଼ି ବ୍ୟବହାର କରିବା ବଦଳରେ ସର୍ବସାଧାରଣଙ୍କ ପାଇଁ ଚଳାଚଳ କରୁଥିବା ବସ୍ ଓ ଅନ୍ୟ ଗାଡ଼ି ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଦିଲ୍ଲୀବାସୀଙ୍କୁ ଏହି ଅନୁରୋଧ କରିଛି । ଦିଲ୍ଲୀ- ଏନ୍ ସିଆରରେ ବାୟୁ ପ୍ରଦୂଷଣର ୪୦ ପ୍ରତିଶତ ଗାଡ଼ି ଚଳାଚଳରୁ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି । ଦିଲ୍ଲୀ ମେଟ୍ରୋ ପକ୍ଷରୁ ପ୍ରଦୂଷଣ କମାଇବା ପାଇଁ ୨୧ଟି ନୂଆ ଟ୍ରେନ୍ ଚାଲିବ ।  ଶୀତ ବଢ଼ିବା ସହିତ ଦିଲ୍ଲୀର ବାୟୁ ପ୍ରଦୂଷଣ ଆହୁରି ଖରାପ ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଆମେରିକାର ନାସା ପକ୍ଷରୁ ଦିଆଯାଇଥିବା ସାଟେଲାଇଟ୍ ଫଟୋରେ ଦିଲ୍ଲୀରେ ଆଗକୁ କିଭଳି ବାୟୁ ପ୍ରଦୂଷଣ ହେବ ତାହା ଦର୍ଶାଯାଇଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ପିଲାଙ୍କ ସକାଳୁଆ ଡ୍ରିଲ୍ ବନ୍ଦ ରଖାଯାଇଛି । ସେହିପରି ଗ୍ରୀନପିସ୍  ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀ-ଏନ୍ ସିଆର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଓଡ଼ିଶାର ଅନୁଗୁଳ-ତାଳଚେର ତୃତୀୟ ସ୍ଥାନରେ ରହିଛି । ଏଠାରେ ଶିଳ୍ପ ସଂସ୍ଥାର ଧୁଆଁ ଓ ପରିବହନ ବ୍ୟବସ୍ଥା ଯୋଗୁଁ ପ୍ରଦୂଷଣ ବଢୁଛି ।  ଅନୁଗୁଳ ଓ ତାଳଚେରେ ପ୍ରତିଦିନ ହଜାର ହଜାର ଟ୍ରକ୍ ଚଳାଚଳ କରୁଥିବାରୁ ଏଭଳି ସ୍ଥିତି ରହିଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.