MCD ନିର୍ବାଚନ: ଭୋଟ୍ ଦେବେ ୧.୪୫ କୋଟିରୁ ଅଧିକ ଭୋଟର

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଳୀ, ୪/୧୨: ଦିଲ୍ଳୀ ନଗର ନିଗମ ନିର୍ବାଚନ ପାଇଁ ବୁଧବାର ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି ମତଦାନ। ସ୍ଥାନୀୟ ନିର୍ବାଚନ ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି।

୧.୪୫ କୋଟିରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ତେବେ ୧୫ ବର୍ଷ ଧରି ବିଜେପି କବଜା​‌ରେ ଥିବା ଏମସିଡିକୁ ପୁଣି ଥରେ ନିଜ କବ୍ଜାକୁ ନେବାକୁ ଚେଷ୍ଟା କରିବ ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଏହାର ସ୍ଥିତି ଫେରିପାଇବାକୁ ଚେଷ୍ଟା କରିବ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ ଏମସିଡି ନିର୍ବାଚନ ପାଇଁ ୪୦ ହଜାର ପୋଲିସ କର୍ମୀ, ୨୦ ହଜାର ହୋମଗାର୍ଡ ଏବଂ ଅର୍ଦ୍ଧସାମରିକ ତଥା ରାଜ୍ୟ ସଶସ୍ତ୍ର ପୋଲିସ କର୍ମୀଙ୍କ ୧୦୮ ପ୍ଲାଟୁନ୍ କମ୍ପାନୀ ନିୟୋଜିତ କରାଯାଇଛି। ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ୬୯ ମତଦାନ କେନ୍ଦ୍ରକୁ ମଡେଲ ମତଦାନ କେନ୍ଦ୍ର କରାଯାଇଛି, ଏବଂ ୬୮ ମତଦାନ କେନ୍ଦ୍ରକୁ ପିଙ୍କ ମତଦାନ କେନ୍ଦ୍ର କରାଯାଇଛି।

୨୦୧୭ ରେ ନଗର ନିଗମ ନିର୍ବାଚନରେ ଭାଜପା ସମୁଦାୟ ୨୭୦ ଓ୍ବାର୍ଡରୁ ୧୮୧ ଓ୍ବାର୍ଡେର ବିଜୟ ଲାଭ କରିଥିଲା। ଆପ୍ ୪୮ ଏବଂ କଂଗ୍ରେସ ୨୭ ଓ୍ବାର୍ଡେର ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.