ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ, ମଇଦାନରେ ୧୩୪୯ ପ୍ରାର୍ଥୀ
7/12/2022 at 7:57 AM

Image Courtesy : oneindia.com
ନୂଆଦିଲ୍ଲୀ ୦୭।୧୨: ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ। ଦିଲ୍ଲୀ ମହାନଗର ନିଗମ ଭୋଟ୍ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହେବ। କିଏ ମାରିବ ବାଜି? ଆପ୍ ନା ବିଜେପି ? କଂଗ୍ରେସ ଦିଲ୍ଲୀରେ କିଛି କରିସ୍ମା ଦେଖାଇବ କି ?
ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ୨୫୦ଟି ୱାର୍ଡର ଭୋଟ ଗଣତି ରେଜଲ୍ଟ ଆଜି ଆସିବ। ଏଥିପାଇଁ ୪୨ଟି ଭୋଟଗଣତି କେନ୍ଦ୍ର କରାଯାଇଛି। ଦିଲ୍ଲୀରେ ଆପ୍ ସରକାର ଥିବା ବେଳେ ପୂର୍ବରୁ ମ୍ୟୁନିସାପାଲ କର୍ପୋରେସନ ବିଜେପି ଦଖଲରେ ଥିଲା। ତେଣୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହୁଥିଲା।
ସେହିପରି ଏଥର ନିର୍ବାଚନରେ ଆପ୍ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନକୁ ଦଖଲ କରିବା ପାଇଁ ସବୁ ଜୋର୍ ଲଗାଇଦେଇଛି। ବିଜେପି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଛି। ୨୫୦ ୱାର୍ଡ ପାଇଁ ୧୩ଶହ ୪୯ପ୍ରାର୍ଥୀ ମଇଦାନରେ ଅଛନ୍ତି।
Related Posts
ଆମେରିକାକୁ ଚୀନର ନାଲିଆଖି, କହିଲା ତାଇବାନ ମାମଲାରେ ଦୂରେଇ ରୁହ
30 January 2023