ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ତୃତୀୟ ଥର ପାଇଁ ଟଳିଲା ଦିଲ୍ଲୀ ମେୟର ନିର୍ବାଚନ; ଗୃହରେ ପୁଣି ମୁହାଁମୁହିଁ ବିଜେପି-ଆପ୍

6/02/2023 at 1:25 PM

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଟଳିଲା ଦିଲ୍ଲୀ ମେୟର ନିର୍ବାଚନ। ସୋମବାର ଦିଲ୍ଲୀ ନଗର ନିଗମ(ଏମ୍‌ସିଡି) ବୈଠକରେ ପୁଣି ବିଜେପି-ଆପ୍ ମୁହାଁମୁହିଁ ହୋଇଛନ୍ତି। ସଦନରେ ହଙ୍ଗାମା ଯୋଗୁ ତୃତୀୟ ଥର ପାଇଁ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ମଧ୍ୟ ଦୁଇଥର ମେୟର ନିର୍ବାଚନ ବାତିଲ ହୋଇସାରିଛି।

ମେୟର ପଦବି ପାଇଁ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ଶୈଳୀ ଓବରୟଙ୍କୁ ପ୍ରାର୍ଥୀ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ମେୟର, ଡେପୁଟି ମେୟର ଓ ଏମ୍‌ସିଡି ସ୍ଥାୟୀ ସମିତିର ୬ ସଦସ୍ୟ ପାଇଁ ନିର୍ବାଚନ ହେବାର ଥିଲା। ହେଲେ ନିର୍ବାଚନ ପୂର୍ବରୁ ସଦନରେ ଉଭୟ ବିଜେପି-ଆପ୍ କାଉନସେଲରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା। ପ୍ରବଳ ହଟ୍ଟଗୋଳ ହେବାରୁ ସ୍ଥିତି ଏମିତି ହୋଇଥିଲା ଯେ ପୁଣିଥରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡ଼ିଛି।

ଏହା ପୂର୍ବରୁ ଜାନୁଆରୀ ୬ ଓ ୨୪ ତାରିଖ ସଦନର ବୈଠକ ଡକାଯାଇଥିଲା। ହେଲେ ଉଭୟ ବିଜେପି ଓ ଆପ୍‌ କାଉନସିଲରମାନେ ହଟ୍ଟଗୋଳ କରିବାରୁ ସଦନକୁ ସ୍ଥଗିତ ରଖିଥଲେ ପୀଠାସୀନ ଅଧିକାରୀ।

ସୂଚନା ଥାଉକି,ଏମ୍‌ସିଡିର ମୋଟ ୨୫୦ ବୋର୍ଡରୁ ଆପ୍ ୧୩୪ରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ୧୦୪ ଆସନ ମିଳିଥି। ସେହିପରି କଂଗ୍ରେସ ମାତ୍ର ୯ଟି ଆସନ ଜିତିଛି।   

ଏମ୍‌ସିଡି ଅଧିନିୟମ ୧୯୫୭ ଅନୁସାରେ, ମେୟର ଓ ଡେପୁଟି ମେୟର ପାଇଁ ନିର୍ବାଚନ ନଗର ନିଗମର ପ୍ରଥମ ବୈଠକରେ ହେବା ଉଚିତ୍। ହେଲେ ଏମ୍‌ସିଡି ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଉଭୟ ଦଳର ଏଭଳି ହଟ୍ଟୋଗଳ ଯୋଗୁ ଏପର୍ଯ୍ୟନ୍ତ ମେୟର ଓ ଡେପୁଟି ମେୟର ନିର୍ବାଚନ ହୋଇପାରି ନାହିଁ।

ପୁଣି ସୁପ୍ରିମକୋର୍ଟ ଯିବ ଆପ୍

ସଦନରେ ହଙ୍ଗାମା ହୋଇ ତୃତୀୟ ଥର ପାଇଁ ମେୟର ନିର୍ବାଚନ ସ୍ଥଗିତ ରହିବା ପରେ ନିରାଶ ହୋଇଛି ଆପ୍‌। ସୁପ୍ରିମକୋର୍ଟ ଯିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ବୋଲି ଆପ୍ କହିଛି। ଆପ ବିଧାୟକ ଆତିଶୀ କହିଛନ୍ତି ଯେ ବେଆଇନ କାର୍ଯ୍ୟ ହେଉଛି। ଆମ ପାଖରେ ୧୫୧ ଭୋଟ୍ ରହିଛି। ଆମେ ପୁଣିଥରେ ସୁପ୍ରିମକୋର୍ଟ ଯିବୁ ବୋଲି ଆତିଶୀ କହିଛନ୍ତି।  

   Related Posts