ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଫେବ୍ରୁଆରୀ ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ: କେଜରିୱାଲ୍‌ଙ୍କ ପ୍ରସ୍ତାବକୁ ଗ୍ରହଣ କଲେ ଉପରାଜ୍ୟପାଳ

18/02/2023 at 5:23 PM

ନୂଆଦିଲ୍ଲୀ: ଆସନ୍ତା ବୁଧବାର ଫେବ୍ରୁଆରୀ ୨୨ ତାରିଖରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ପ୍ରସ୍ତାବକୁ ସ୍ୱୀକାର କଲେ ଉପରାଜ୍ୟପାଳ ଭି.କେ ସକ୍‌ସେନା। ଫେବ୍ରୁଆରୀ ୨୨ ତାରିଖରେ ମେୟର ନିର୍ବାଚନ କରାଇବାକୁ ଉପରାଜ୍ୟପାଳଶ୍ରୀ ସକ୍‌ସେନାଙ୍କ ପାଖକୁ ଚିଠି ଲେଖିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଉପରାଜ୍ୟପାଳ କେଜରିୱାଲ୍‌ଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

ସୂଚନା ଥାଉକି ଗତକାଲି ଦିଲ୍ଲୀ ମେୟର ନର୍ବାଚନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। କୋର୍ଟ ରାୟ ଆପ୍ ସପକ୍ଷରେ ଯାଇଥିଲା। କୋର୍ଟ ତାଙ୍କ ରାୟରେ ଉପରାଜ୍ୟପାଳଙ୍କ ମନୋନୀତ ପ୍ରାର୍ଥୀମାନେ ଭୋଟ୍ ଦେଇପାରିବେନି ବୋଲି ସ୍ପଷ୍ଟ କରିଦେଇଥିଲେ। କେବଳ ନିର୍ବାଚନ ପ୍ରତିନିଧି ହିଁ ଭୋଟ ଦେବେ। ମେୟର ନିର୍ବାଚନ ସରିବା ପରେ ନିର୍ବାଚିତ ମେୟର ଉପମେୟର ଓ ଅନ୍ୟ ପଦବୀ ପାଇଁ ନିର୍ବାଚନ କରାଇବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  

ସୁପ୍ରିମକୋର୍ଟରେ ଆପ୍‌ର ବଡ଼ ବିଜୟ

ଆପ୍ ପକ୍ଷରୁ ମେୟର ପ୍ରାର୍ଥୀ ଶେଲୀ ଓବରୟ କୋର୍ଟରେ ଆବେଦନ କରିଥିଲେ। ଯଥାଶୀଘ୍ର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ୨୪ ଘଣ୍ଟା ଭିତରେ ମେୟର ନିର୍ବାଚନ ଓ ଏମସିଡିର ପ୍ରଥମ ବୈଠକ ପାଇଁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହି ବୈଠକରେ ମେୟର, ଡେପୁଟି ମେୟର ଓ ଅନ୍ୟ ସଦସ୍ୟ ମତଦାନ ପାଇଁ ତାରିଖ ସ୍ଥିର କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ କୋର୍ଟ ମେୟର ନିର୍ବାଚନରେ ବରିଷ୍ଠ ନାଗରିକ ମତଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀ ମ୍ୟୁନିସିପାଲ କୋରପୋରେସନ ଆକ୍ଟର ନିୟମ ଅନୁସାରେ, ଏମ୍‌ସିଡି ନିର୍ବାଚନ ସରିବାର ମାସକ ଭିତରେ ମେୟର ନଗରନିଗମ ବୈଠକ ବସାଇ ମେୟର ନିର୍ବାଚନ କରାଇବା କଥା। ହେଲେ ତିନିଥର ଏଥିପାଇଁ ଉଦ୍ୟମ କରାଯାଇଥିବା ବେଳେ ଆପ୍‌ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ତର୍କବିତର୍କ ଠେଲାପେଲା ହୋଇ ନିର୍ବାଚନ ୩ ଥର ବାତିଲ୍ ହୋଇଥିଲା। ଏହାପରେ ଆପ୍‌ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା।

ପୂର୍ବରୁ ୩ଥର ବାତିଲ ହୋଇଛି ନିର୍ବାଚନ ତାରିଖ ଘୋଷଣା କାମ   

ଡିସେମ୍ବର ୪ ତାରିଖରେ ନିର୍ବାଚନ ସରିବା ପରେ ଜାନୁଆରୀ ୬ ରେ ମେୟର ନିର୍ବାଚନ ପାଇଁ ନଗରନିଗମ ବୈଠକ ଡକାଯାଇଥିଲା। ହେଲେ ବିଜେପି-ଆପ୍ କଳିରେ ଏହା ସ୍ଥଗିତ ରହିଥିଲା। ପୁଣି ଜାନୁଆରୀ ୨୪ ତାରିଖରେ ଦ୍ୱିତୀୟ ବୈଠକ ଡାକିଥିଲେ ବି ସମାନ ପରିସ୍ଥିତି ଉପୁଜିଥିଲା। ତୃତୀୟ ଥର ବି ସମାନ ପରିସ୍ଥିତି ଦେଖା ଦେଇଥିଲା।

ସୂଚନା ଥାଉକି ୨୦୨୨ ଡିସେମ୍ବର ୪ ତାରିଖରେ ଦିଲ୍ଲୀ ନଗରନିଗମ ନିର୍ବାଚନରେ ଆପ୍ ବିଜେପିର ୧୫ ବର୍ଷର ଶାସନର ପତ୍ତନ ଘଟାଇ କ୍ଷମତା ହାସଲ କରିଥିଲା। ୨୫୦ ୱାର୍ଡରୁ ଆପ୍ ୧୩୪ରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ ଆସନ ହାତେଇଥିଲା। ସେହିପରି କଂଗ୍ରେସ ମାତ୍ର ୯ ଟି ଆସନ ଜିତିଥିଲା।   

 

   Related Posts