ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦିଲ୍ଲୀ ମେୟର ନିର୍ବାଚନ ଲାଗି ଆସିଗଲା ତାରିଖ, କେଜରିୱାଲଙ୍କ ପ୍ରସ୍ତାବରେ ସହମତ ହେଲେ LG, ବୈଠକକୁ ମିଳିଲା ମଞ୍ଜୁରୀ

1/02/2023 at 6:35 PM

ନୂଆଦିଲ୍ଲୀ ୧।୧୦: ଦିଲ୍ଲୀ ନଗରନିଗମ (ଏମସିଡି) ମେୟର ନିର୍ବାଚନ ଜାନୁୟାରୀ ୬ ତାରିଖରେ ହେବାର ଥିଲା। ତେବେ ସେଦିନ ଏମସିଡିରେ ଭାରତୀୟ ଜନତାପାର୍ଟି (ବିଜେପି) ଓ ଆମ ଆଦମୀ ପାର୍ଟି (ଆପ) କାଉନସିଲରଙ୍କ ମଧ୍ୟରେ ଜୋରଦାର ହଟ୍ଟଗୋଳ ହୋଇଥିଲା। କାଉନସିଲରଙ୍କ ହୋ ହଲ୍ଲା ଯୋଗୁ ସଦନକୁ ମୁଲତବୀ କରିଦିଆଯାଇଥିଲା। ଫଳରେ ମେୟର ନିର୍ବାଚନ ହୋଇପାରିନଥିଲା। ତେବେ ଦିଲ୍ଲୀ ସରକାର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କୁ ପତ୍ର ଲେଖି ୩,୪ ଅଥବା ଫେବୃଆରୀ ୬ ତାରିଖରେ ଏମସିଡି ବୈଠକ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ଦିଲ୍ଲୀ ଏଲଜି ଫେବୃଆରୀ ୬ ତାରିଖ ଦିନ ଏମସିଡି ବୈଠକ ଆୟୋଜନକୁ ମଞ୍ଜୁର କରିଛନ୍ତି।

ବୈଠକ ଲାଗି ଏଲଜିଙ୍କ ମଞ୍ଜୁରୀ ମିଳିବା ପରେ ଫେବୃଆରୀ ୬ ତାରିଖ ଦିନ ଏମସିଡିର ମେୟର ଓ ଉପମେୟର ନିର୍ବାଚନ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ସେହିପରି ଫେବୃଆରୀ ୬ ତାରିଖ ଦିନ ୬ ସଦସୟୀ ସ୍ଥାୟୀ କମିଟି ଗଠନ ହେବ ବୋଲି ମଧ୍ୟ ଆଶା କରାଯାଉଛି। ତେବେ ସବୁଠୁ ଯାହା ଚର୍ଚ୍ଚାର ବିଷୟ ତାହା ହେଉଛି ଜାନୁୟାରୀ ୬ ତାରିଖ ଦିନ ଦିଲ୍ଲୀ ମେୟର ନିର୍ବାଚନ ହେବାକୁ ଥିଲା। ଯାହା ଏବେ ଠିକ୍ ମାସକ ପରେ ୬ ଫେବୃଆରୀରେ ହେବ।

ତେବେ ଜାନୁୟାରୀ ୬ ତାରିଖ ଦିନ ମେୟର ନିର୍ବାଚନ ନ ହୋଇ ପାରିବା ଯୋଗୁ ଏମସିଡିରେ ଆରମ୍ଭ ହୋଇଥିବା ହଟ୍ଟଗୋଳ ସଡକକୁ ପହଞ୍ଚିଥିଲା। ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଥିବା ବେଳେ ଏଲଜିଙ୍କ ବିରୋଧରେ ଆପ  ଅସାମ୍ବିଧାନିକ କାଉନସିଲରଙ୍କ ନିଯୁକ୍ତି  ଅଭିଯୋଗ ଆଣିଥିଲା। ଦିଲ୍ଲୀ ଏମସିଡିରେ ଆପ୍ ୧୩୪ଟି ଆସନ ଜିତିଛି। ବିଜେପିକୁ ୧୦୪ଟି ଆସନ ମିଳିଛି। ତେବେ ବିଜେପି ମେୟର ପ୍ରାର୍ଥୀ ଦେବା ଯୋଗୁ ବିବାଦର ସୂତ୍ରପାତ ହୋଇଛି। ମେୟର ପଦବୀ ଲାଗି ବିଜେପି ଓ ଆପ ମଧ୍ୟରେ ଏବେ ଜୋରଦାର ପ୍ରତିଦ୍ୱନ୍ଦ୍ୱୀତା ହେଉଛି।

ତେବେ ଫେବୃଆରୀ ୬ ତାରିଖ ଦିନ ଏମସିଡିର ବୈଠକ ହେବାକୁ ଯାଉଛି। ସେହି ଦିନ ମେୟର ସମେତ ଉପମେୟର ନିର୍ବାଚନ ସାଙ୍ଗକୁ ସ୍ଥାୟୀ କମିଟି ମନୋନୟନ ମଧ୍ୟ ହେବ ବୋଲି ଆଶା କରାଯାଉଛି।

   Related Posts