scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପତ୍ନୀ ସହ ଝଗଡ଼ା ପରେ ଦୁଇ ବର୍ଷର ପୁଅକୁ ଛାତରୁ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ବାପା

17/12/2022 at 4:11 PM

ନୂଆଦିଲ୍ଲୀ: ଆଜିର ଦୁନିଆରେ ସମ୍ପର୍କ ଓ ସ୍ନେହଁ ମମତାର ମୂଲ୍ୟ ଧୀର ଧୀରେ କମିଯାଉଛି। ଛୋଟ ଛୋଟ କଥାରେ ଜନ୍ମକଲା ସନ୍ତାନକୁ ବି ବତ୍ୟା କରିବାକୁ ପଛାଉ ନାହାନ୍ତି ବାପାମା। ଦିଲ୍ଲୀର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପତ୍ନୀଙ୍କ ସହିତ କଳି ହେବାରୁ ଦୁଇ ବର୍ଷର ଛୁଆକୁ ଛାତ ଉପରକୁ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ବାପା। ଉଭୟ ବାପା ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଦିଲ୍ଲୀର କାଲକାଜୀ ବସ୍ତି ଅଞ୍ଚଳର ମାନ ସିଂହ ଓ ତାଙ୍କ ପତ୍ନୀ ପୂଜାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମାନ ସିଂହ ଓ ପୂଜାଙ୍କ ମଧ୍ୟରେ ମନାନ୍ତର ଥିବାରୁ ଦୀର୍ଘ ୮ ମାସ ହେଲା ଉଭୟ ଅଲଗା ରହୁଥିଲେ। ପୂଜା ଦୁଇ ପିଲାଙ୍କ ସହ କାଲାକୀଜରେ ଥିବା ତାଙ୍କ ଯେଯେମାଙ୍କ ଘରେ ରହୁଥିଲେ।

ତେବେ ଗତକାଲି ମାନ ସିଂହ ପତ୍ନୀଙ୍କୁ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ପୁରୁଣା କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌ଖୀପ୍ତ ହୋଇ ମାନ ସିଂହ ତିନିମହଲା ଛାତରୁ ଦୁଇ ବର୍ଷର ଶିଶୁ ପୁତ୍ରକୁ ଫିଙ୍ଗି ଦେବା ପରେ ନିଜେ ଡେଇଁପଡ଼ିଥିଲା। ଉଭୟ ବାପା-ପୁଅ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

   Related Posts