ବହୁତଳ ପାର୍କିଂରେ ଲାଗିଲା ଭୟଙ୍କର ନିଆଁ, ଜଳିଗଲା ୨୧ କାର୍
26/12/2022 at 10:15 PM

ନୂଆଦିଲ୍ଳୀ, ୨୬/୧୨: ରାଜଧାନୀ ଦିଲ୍ଲୀର ସୁଭାଷ ନଗର ଅଞ୍ଚଳରେ ଏକ ବହୁତଳ ପାର୍କିଂରେ ସୋମବାର ସକାଳେ ନିଆଁ ଲାଗିଥିଲା। ଯେୁଉଁଥିରେ ପାର୍କିଂରେ ଥିବା ୨୧ଟି କାର୍ ଜଳି ପାଉଁଶ ହୋଇଯାଇଛି। ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଦମକଳ ବାହିନୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନାହିଁ। ନିଆଁ ଅଗ୍ନିକାଣ୍ଡ ଯୋଗୁଁ କୋଟିଏ ଟଙ୍କାର କ୍ଷତି ହୋଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ସିସିଟିଭିରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଇଛି। ତାଙ୍କର ଚିହ୍ନଟ କରାଯାଇ ସନ୍ଧାନ କରୁଛି। କୁହାଯାଉଛି ଉକ୍ତ ଯୁବକ ଜଣକ ବ୍ୟକ୍ତିଗତ କାରଣକୁ ନେଇ ଏପରି କରିଛନ୍ତି।
ପୋଲିସ ଅଧିକାରୀ କହିଛନ୍ତି ଯେ ଯାଞ୍ଚ ପାଇଁ ପୋଲିସ୍ ଟିମ୍ ଗଠନ କରାଯାଇଛି। ଦମକଳ ବାହିନୀ ଅନୁଯାୟୀ, ସକାଳ ୪ଟା ସମୟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ୧୦ ମିନିଟ୍ ସମୟ ଲାଗିଥିଲା ବୋଲି କହିଛନ୍ତି ଦମକଳ ଅଧିକାରୀ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ଖବର ମିଳିନାହିଁ।