ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ; ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ:  ବେଆଇନ ବାଣ ପ୍ରସ୍ତୁତି ବେଳେ ଚାଲିଗଲା ଜୀବନ । ଏଭଳି ଖବର ଆସିଛି ରାଜଧାନୀ ଦିଲ୍ଲୀର ଓ୍ବେଲକମ୍ ଅଞ୍ଚଳରୁ । ବ୍ୟାନ୍ ପରେ ବି ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣା ଶୁକ୍ରବାର ଦ୍ବିପ୍ରହରରେ ଘଟିଛି । ଜଣେ ୨୧ ବର୍ଷୀୟ ଯୁବକ ସଲଫର ସହିତ ପୋଟାସ୍ ମିଶ୍ରଣ କରି ବାଣ ବାରୁଦ ପ୍ରସ୍ତୁତ ବେଳେ ବିସ୍ଫୋରଣ ହୋଇଥିଲା ।  

ଡିସିପି ଜୟ ତୀର୍କି କହିଛନ୍ତି, ଶୁକ୍ରବାର ପ୍ରାୟ ୨.୧୦ ମିନିଟରେ ଦିଲ୍ଲୀର ଓ୍ବେଲକମ୍ ଇଲାକାରୁ ବିସ୍ଫୋରଣ ଖବର ଆସିଥିଲା । ଏଥିରେ ହିମାଂଶୁ ନାମକ ବ୍ୟକ୍ତି ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ପ୍ରବେଶ ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତି ସାଢେ ୮ଟା ବେଳେ ହିମାଂଶୁଙ୍କର ମୃତ୍ୟୁ ହୋଇଛି ।

wp:embed {"url":"https://www.prameyanews7.com/uniform-civil-code-may-be-implemented-soon-uttarakhand-cm-pushkar-singh-dhami-government/","type":"wp-embed","providerNameSlug":"prameya-news-7"}
https://www.prameyanews7.com/uniform-civil-code-may-be-implemented-soon-uttarakhand-cm-pushkar-singh-dhami-government/
/wp:embed

ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ବାଣ ଫୁଟା ଉପରେ ବ୍ୟାନ୍ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୌଣସି ପ୍ରକାର ବାଣ ପ୍ରସ୍ତୁତି, ବିକ୍ରି କିମ୍ବା ହୋମ୍ ଡେଲିଭରୀ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀ ପୋଲିସ୍ ପକ୍ଷରୁ ଏଥିପାଇଁ ନିର୍ଦ୍ଦେଶନାମା ପାଇଁ ମଧ୍ୟ ଜାରି ହୋଇଛି । କୌଣସି ଲାଇସେନ୍ସ ମଧ୍ୟ ଦିଆଯାଉ ନାହିଁ, ତଥାପି କିଛି ଅଞ୍ଚଳରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଛି । ଅନ୍ୟପଟେ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ବାଣ ନଫୁଟାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.