ଇଡି ସମନକୁ ପୁଣି ଅଣଦେଖା; ସୋମବାର ବି ହାଜର ହେବେ ନି କେଜ୍ରିଓ୍ବାଲ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୁଣି ଅଣଦେଖା । ଇଡିରେ ହାଜର ଏହାକୁ ପୁଣି ମନା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ସପ୍ତମ ସମନକୁ ବି ଅଣଦେଖା କରିଛନ୍ତି ଆପ୍ ସୁପ୍ରିମୋ । ଏହି ମାମଲା ଏବେ କୋର୍ଟରେ ରହିଛି, ନିଷ୍ପତ୍ତି ଆସିବା ଯାଏ ଅପେକ୍ଷା କରିବାକୁ କହି, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ରୋକଠୋକ୍ ଶୁଣାଇଛନ୍ତି କେଜ୍ରିଓ୍ବାଲ୍ ।  

ଆମ୍ ଆଦମୀ ପାର୍ଟି କହିଛି, ଏହି ମାମଲାରେ କୋର୍ଟ ଶୁଣାଣି ଜାରି ରହିଛି । କୋର୍ଟରେ ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୬ ତାରିଖ ହେବ । ତେଣୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ବାରମ୍ବାର ସମନ ନପଠାଇ କୋର୍ଟଙ୍କ ରାୟ ଆସିବା ଯାଏଁ ଅପେକ୍ଷା କରିବା ଦରକାର । ଏହା ସହିତ ଆପ୍ ନେତା ବିଜେପିକୁ ଟାର୍ଗେଟ୍ କହିଛନ୍ତି, ଆମ୍ ଆଦମୀ ପାର୍ଟି ଇଣ୍ଡିଆ ଆଲାଏନ୍ସ  ଛାଡ଼ିବ ନାହିଁ । ମୋଦି ସରକାର ବାହ୍ୟ ଚାପ ପକାଇବା ଛାଡ଼ିଦେବା ଦରକାର । ଏହା ସହିତ ଇଡିର ନୋଟିସ୍ ବେବୁନିଆଦି ଏବଂ ଆଣସାମ୍ବିଧାନିକ ବୋଲି କହିଛନ୍ତି ।   

wp:embed {"url":"https://www.prameyanews7.com/hindu-prayers-to-continue-in-gyanvapi-cellar-court-setback-for-muslim-side/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hindu-prayers-to-continue-in-gyanvapi-cellar-court-setback-for-muslim-side/
/wp:embed

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ସପ୍ତମ ଥର ପାଇଁ ହାଜର ହେବାକୁ ନୋଟିସ୍ ପଠାଇଛି । ମାତ୍ର ପ୍ରତ୍ୟେକ ଥର କେଜ୍ରିଓ୍ବାଲ ଏହାକୁ ଅଣଦେଖା କରିଛନ୍ତି । କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ନଭେମ୍ବର ୨ତାରିଖ ୨୦୨୩ ଆସିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ ତାରିଖରେ, ତୃତୀୟ ସମନ ଜାନୁଆରୀ ୩ ତାରିଖରେ, ଚତୁର୍ଥ ସମନ ଜାନୁଆରୀ ୧୮ରେ ପଞ୍ଚମ ସମନ ଫେବ୍ରୁଆରୀ ୨ ତାରିଖରେ ଏହଂ ଷଷ୍ଠ ସମନ ଫେବ୍ରୁଆରୀ ୧୯ ତାରିଖରେ ଏବଂ ସପ୍ତମ ସମନ ଫେବ୍ରୁଆରୀ ୨୨ ତାରିଖରେ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.