ପୁଣି ନିରାଶ ହେଲେ ସିସୋଦିଆ: ଜାମିନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
5/06/2023 at 4:40 PM

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଆର୍ଥିକ ହେର୍ଫେର୍ ଅଭିଯୋଗ ନେଇ ସନୀଷ ସିସୋଦିଆଙ୍କୁ ଜାମିନ ଦେବାକୁ ପୁଣିଥରେ ମନା କଲେ ଦିଲ୍ଲୀ ହାଇକୋର୍ଟ। ସୋମବାର କୋର୍ଟ ତାଙ୍କ ଜାମିନ ଆବଦେନକୁ ଖାରଜ କରିଛନ୍ତି।
ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ମନୀଷ ୬ ସପ୍ତାହ ପାଇଁ ଜାମିନ ଆବେଦନ କରିଥିଲେ। ହେଲେ ଇଡି ପକ୍ଷରୁ ମାମଲା ଲଢୁଥିବା ଓକିଲ ଏହାକୁ ବିରୋଧ କରୁଥିଲେ। ନୀତି ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ନଷ୍ଟ କରାଯାଇପାରେ ବୋଲି ଓକିଲ କୋର୍ଟଙ୍କୁ କହିଥିଲେ।
ଏହି ମାମଲାରେ କୋର୍ଟ ସିସୋଦିଆଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଗମ୍ଭୀରତାକୁ ବିଚାର କରିଥିଲେ। ପୂର୍ବରୁ ସିସୋଦିଆ କେଉଁ ପୋଷ୍ଟରେ ଥିଲେ ସେ ନେଇ ମଧ୍ୟ କୋର୍ଟ ବିଚାର କରିଥିଲେ। ପ୍ରମାଣରେ ହେର୍ଫେର୍ ହୋଇପାରିଲେ ବୋଲି ସନ୍ଦେହ କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ପଢ଼ନ୍ତୁ – ବିନା ଜାମିନରେ କୋର୍ଟ ଦେଲେ ଆଶ୍ୱସ୍ତି, ୯୮ ଦିନ ପରେ ଜେଲରୁ ବାହାରି ଘର ପହଞ୍ଚିବେ ମନୀଷ ସିସୋଦିଆ; ରହିଛି ସର୍ତ୍ତ
ଦିଲ୍ଲୀର ଲୋକନାୟ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ସୀମା ସିସୋଦିଆଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ନେଇ ଦିଆଯାଇଥିବା ରିପୋର୍ଟକୁ ଗୁରୁତର ସହ ନେଇଥିଲେ ଦିଲ୍ଲୀ ହାଇକୋର୍ଟ। ସୀମାଙ୍କୁ ଆହୁରି ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏମ୍ସଙ୍କ ଦ୍ୱାରା ଏକ ଡାକ୍ତୀର ବୋର୍ଡ ଗଠନ କରାଯାଇ ତାଙ୍କର ଚିକିତ୍ସା କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି ଜୁନ ୨ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମାତ୍ର ୭ ଘଣ୍ଟା ପାଇଁ ମହଲତ ଦେଇଥିଲେ। ଏହି ମହଲତା ଜୁନ ୩ ତାରିଖ ସକାଳ ୧୦ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଥିଲା। କୋର୍ଟଙ୍କ ଠାରୁ ସର୍ତ୍ତମୁଳକ ଅନୁମତି ପାଇ ସିସୋଦିଆ ପତ୍ନୀ ସୀମାଙ୍କୁ ଭେଟିବାକୁ ବାସଭବନ ଯାଇଥିଲେ। ହେଲେ ତାଙ୍କ ଦେହ ଅତ୍ୟଧିକ ଖରାପ ହୋଇଯିବାରୁ ସିସୋଦିଆଙ୍କ ଆସିବ ପୂର୍ବରୁ ହିଁ ସୀମାନଙ୍କୁ ଏଲ୍ଏନ୍ଜିପି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଫଳରେ ସିସୋଦିଆ ତାଙ୍କ ପତ୍ନୀଙ୍କୁ ଦେଖିପାରି ନଥିଲେ।
