ଟଣାଓଟରା ପରେ ନିଷ୍ପତ୍ତି ଫେରାଇ ନେଲେ ଉପରାଜ୍ୟପାଳ, ଏବେ ଦରକାର ନାହିଁ ୫ ଦିନିଆ ସଂସ୍ଥାଗତ କ୍ଵାରେଣ୍ଟାଇନ୍

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ପ୍ରତି ଦିନ ହଜାର ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ଉପ ରାଜ୍ୟପାଳ ଅନିଲ୍ ବୈଜଲଙ୍କ ମଧ୍ୟରେ ଦିଲ୍ଲୀରେ ସନ୍ଦିଗ୍ଧ ଏବଂ ସଂକ୍ରମିତଙ୍କ କ୍ଵାରେଣ୍ଟାଇନ୍‌ ଅବଧିକୁ ନେଇ ଜାରି ଚାଲିଥିବା ଟଣାଓଟରାର ପରିସମାପ୍ତି ଘଟିଛି। ଶେଷରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବୈଜଲ ଶନିବାର ପାଞ୍ଚ ଦିନିଆ ସଂସ୍ଥାଗତ କ୍ଵାରେଣ୍ଟାଇନ୍‌ରେ ରହିବା ନିଜର ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି।

ସୂଚନାଯୋଗ୍ୟ, ଗତ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍  ବୈଜଲ କରୋନା ପଜିଟିଭ୍ ରୋଗୀଙ୍କୁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ। ଉପରାଜ୍ୟପାଳ ଦିଲ୍ଲୀରେ କରୋନା ସଂକ୍ରମିତଙ୍କୁ ପ୍ରଥମ ପାଞ୍ଚ ଦିନ ବାଧ୍ୟତାମୂଳକ ସଂସ୍ଥାଗତ କ୍ଵାରେଣ୍ଟାଇନ୍‌ରେ ରହିବାକୁ ଆଦେଶ ଦେଇଥିଲେ। ସେ କହିଥିଲେ ଯେ, ପାଞ୍ଚ ଦିନିଆ ସଂସ୍ଥାଗତ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ବିନା ଲକ୍ଷଣ ବ୍ୟକ୍ତିଙ୍କୁ ହୋମ କ୍ଵାରେଣ୍ଟାଇନ୍‌ରେ ପଠାଇ ଦିଆଯିବ। ହେଲେ ଏବେ ସେ ନିଜର ଏହି ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ଏହା ପରେ ଦିଲ୍ଳୀ ସରକାର କହିଛନ୍ତି ଯେ, ଉପରାଜ୍ୟପାଳ ନିଷ୍ପତ୍ତି ଫେରାଇ ନେବା ପରେ ରାଜଧାନୀବାସୀଙ୍କୁ ଏଥିରେ ବହୁତ ସୁଫଳ ମିଳିବ।

wp:core-embed/twitter {"url":"https://twitter.com/LtGovDelhi/status/1274317463333662720?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fother-news%2Fdelhi-lg-taken-back-decision-on-institutional-quarantine%2Farticleshow%2F76482303.cms","type":"rich","providerNameSlug":"twitter","className":""}
https://twitter.com/LtGovDelhi/status/1274317463333662720?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fother-news%2Fdelhi-lg-taken-back-decision-on-institutional-quarantine%2Farticleshow%2F76482303.cms
/wp:core-embed/twitter

ଅନ୍ୟପଟେ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ପୁଣି ଥରେ କେଜ୍ରିଓ୍ଵାଲ ଓ ବୈଜଲଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କହିବା କଥା ଦିଲ୍ଲୀରେ ସଂକ୍ରମିତଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟା ନାହିଁ। ସରକାରୀ ଏବଂ ଘରୋଇ ହସ୍ପିଟାଲରେ କେବଳ ୬୦୦୦ ବେଡ୍ ଉପଲବ୍ଧ। କିନ୍ତୁ ଦିଲ୍ଲୀରେ ସଂପ୍ରତି ହୋମ୍‌ ଆଇସୋଲେସନରେ ୧୦ ହଜାର ଲୋକ ରହୁଛନ୍ତି।

ଉଲ୍ଲେଖନୀୟ ଅତି କମରେ ପାଞ୍ଚ ଦିନିଆ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରହିବାର ନିଷ୍ପତ୍ତି ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବୈଜଲ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାରି କରିଥିଲେ। ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.