କାଞ୍ଝଓ୍ବାଲା ଅଞ୍ଜଳି ମୃତ୍ୟୁ ଘଟଣାରେ ପୋଲିସର ବଡ଼ ଖୁଲାସା, ଡ୍ରଗ୍ସ ତସ୍କରୀ ମାମଲାରେ ଜଡ଼ିତ ପ୍ରତ୍ୟକ୍ଷଦର୍ଶୀ ନିଧୀ

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ କାଞ୍ଝଓ୍ବାଲା ଯୁବତୀଙ୍କୁ କାର୍ ୧୨ କିଲୋମିଟର ଘୋଷାରୀ ନେବା ଘଟଣାରେ ପୋଲିସ ବଡ଼ ଖୁଲାସା କରିଛି । ହିଟ୍ ରନ୍ ମାମଲାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ମୃତ ଅଞ୍ଜଳିଙ୍କ ଘନିଷ୍ଠ ନିଧୀ ପୂର୍ବରୁ ଡ୍ରଗ୍ସ ତସ୍କରୀରେ ଜଡ଼ିତ ଥିବା ପୋଲିସ କହିଛନ୍ତି ।

ସୂଚନା ମୁତାବକ, ୨୦୨୦ରେ ନିଧୀ ଡ୍ରଗ୍ସ ତସ୍କରୀ କରୁଥିବା ନେଇ FIR ହୋଇଥିଲା । ନାର୍କୋଟିକ୍ ଡ୍ରଗ୍ସ ଆକ୍ଟ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ରେଳ ବିଭାଗ । ନିଧୀ ଏବେ ଜାମିନରେ ଆସିଥିବା ପୋଲସ୍ ସୂଚନା ଦେଇଛି । ୨୦୨୦ ଡିସେମ୍ବର ୬ତାରିଖରେ ତେଲଙ୍ଗାନାରୁ ଟ୍ରେନରେ ଗଞ୍ଜେଇ ଆଣୁଥିବା ବେଳେ ଆଗ୍ରା ଷ୍ଟେସନରେ ଧରା ପଡ଼ିଥିଲେ । ନିଧୀଙ୍କ ସହିତ ଅନ୍ୟ ଦୁଇଜଣ ସହଯୋଗୀ ତଥା ସମୀର ଓ ରବିଙ୍କ ମଧ୍ୟ ଗିରଫ କରିଥିଲା ଜିଆରପି ପୋଲିସ ।  

କାଞ୍ଝଓ୍ବାଲା ମାମଲାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ନିଧୀଙ୍କୁ ଦିଲ୍ଲୀ ପୋଲିସ ସମନ୍ କରିଥିଲା । ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲା । ଶୁକ୍ରବାର ନିଧୀକୁ ପଚରାଉଚରା କରିଛି ପୋଲିସ । ଘଟଣା ଦିନ ଅଞ୍ଜଳି ମଦ୍ୟପାନ କରି ସ୍କୁଟି ଚଳାଉଥିଲେ । ଦୁର୍ଘଟଣା ପରେ କାରରେ ଫସିଯିବାରୁ ୧୨ କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ନିଧୀ କହିଛନ୍ତି । ଦୁର୍ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେଇଛି ।

ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ସାଗର ପ୍ରୀତ୍ ହୁଡ଼ା, ପୂର୍ବରୁ ଘଟଣାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଥିବା ନେଇଥିବା ନେଇ କହିଥିଲେ। ଶୁକ୍ରବାର ଦିଲ୍ଲୀ ପୋଲିସ ଦୁଇ ଜଣ ସନ୍ଦିଗ୍ଧକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.