oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

“ଦିଲ୍ଲୀରେ କେହି ବଞ୍ଚିପାରିବେନି”: ମୃତ୍ୟୁ ପୂର୍ବରୁ ଏମିତି କାହିଁକି କହିଲେ ଜାମିୟା ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର

19/05/2021 at 11:27 AM

ନୂଆଦିଲ୍ଲୀ ୧୯/୫ : କେତେ ପ୍ରାଣଘାତୀ ଏହି ମହାମାରୀ । ଆଉ ରାଜଧାନୀ ଦିଲ୍ଲୀ ବଞ୍ଚିବା ବି ବହୁତ କଷ୍ଟକର । ନିଜର ମୃତ୍ୟୁ ପୂର୍ବରୁ ଲୋକଙ୍କୁ ଏମିତି କହି ଚେତାଇ ଦେଇ ଯାଇଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକ । କରୋନା ପ୍ରାଣ ହରାଇଛନ୍ତି ଏହି ମହିଳା ଅଧ୍ୟାପିକା ଜଣଙ୍କ । କରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ସେ ହାରିଛନ୍ତି । ୩୮ ବର୍ଷୀୟ ନାବିଲା ଗତ କିଛି ଦିନ ହେବ କୋଭିଡରେ ପୀଡିତ ଥିଲେ । ସେ ମଧ୍ୟ ଅତ୍ୟନ୍ତ ଉଦାସ ଥିଲେ ।

କାରଣ ଗତ କିଛିଦିନ ତଳେ କରୋନାରେ ସେ ନିଜ ମାଆଙ୍କୁ ହରାଇଥିଲେ । ତେବେ କରୋନା ପୀଡିତ ଥିବା ସମୟରେ ମେ ୪ରେ ସେ ଟ୍ୱିଟ୍ କରି ନିଜ ପାଇଁ ଆଇସିୟୁ ବେଡ୍ ମାଗିଥିଲେ । ଟ୍ୱିଟରେ ଆହୁରି ଲେଖିଥିଲେ କି ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ । ଏଠିକାର ପରିବେଶରେ ଗୋଟେ ଲୋକ ବଞ୍ଚିବା କଷ୍ଟକର । ହେଲେ ଏହାର କିଛିଦିନ ପରେ ହଠାତ୍ନ ନାବିଲା କରୋନା ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯାଇଥିଲେ ।

ନାବିଲାଙ୍କ ଆକସ୍ମିକ ମୃତ୍ୟୁ କେବଳ ତାଙ୍କ ସାଙ୍ଗମାନଙ୍କୁ ନୁହେଁ, ଛାତ୍ରମାନଙ୍କୁ ମଧ୍ୟ ଚକିତ କରିଛି । ଜାମିଆରେ ଏମଏ ପଢୁଥିବା ଲରେବ ନିଆଜୀ କହିଛନ୍ତି ଯେ ଯେତେବେଳେ ସେ ଡକ୍ଟର ନାବିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ପାଇଲେ । ସେତେବେଳେ ସେ ତାଙ୍କର କିଛି ସହକର୍ମୀଙ୍କ ସହ ତାଙ୍କ ଘରକୁ ଯାଇଥିଲେ । ତାଙ୍କୁ ପୂର୍ବରୁ ଜାମିଆଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଭଲ ନହେବାରୁ ଫରିଦାବାଦର ଫୋର୍ଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

   Related Posts