ଗଞ୍ଜେଇ ଚିଲମ ଟାଣିବା କ୍ଷେତ୍ରରେ ଦେଶରେ ଦିଲ୍ଲୀ ପ୍ରଥମ ଓ ମୁମ୍ବାଇ ଦ୍ବିତୀୟ, ହେଲେ ବିଶ୍ବରେ ସବୁଠାରୁ ଆଗରେ ରହିଛି ଏହି ସହର, ଜାଣନ୍ତୁ

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ୧୨|୯: ଦିନକୁ ଦିନ ସମଗ୍ର ବିଶ୍ବରେ ନିଶା କାରବାର ଦ୍ରୁତ ଗତିରେ ବଢ଼ି ଚାଲିଛି। ଭାରତରେ ଗଞ୍ଜେଇ ସେବନ କ୍ଷେତ୍ରରେ ରାଜଧାନୀ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଦ୍ବିତୀୟ ସ୍ଥାନରେ ରହିଛି। ଗଞ୍ଜେଇ ବ୍ୟବହାରକୁ ନେଇ ବିଶ୍ବର ବଡ଼ ବଡ଼ ସହରଗୁଡିକୁ ମଧ୍ୟରେ ସର୍ଭେ କରାଯାଇଛି।

ଜର୍ମାନୀର ଏକ କାର୍ଯ୍ୟରତ ଡାଟା ବେସ ମିଡ଼ିଆର ସର୍ଭେ ଅନୁଯାୟୀ, ୨୦୧୮ ମସିହାରେ ସର୍ବାଧିକ ଗଞ୍ଜେଇ ସେବନ କରାଯାଉଥିବା ବିଶ୍ବର ୧୦ଟି ସହର ମଧ୍ୟରେ ଦିଲ୍ଲୀ ଓ ମୁମ୍ବାଇ ନାଁ କୁ ସାମିଲ କରାଯାଇଥିଲା। ଜର୍ମାନୀର  ଡାଟା ବେସ ମିଡ଼ିଆ ଏହି ଅଭିଯାନ ଆରମ୍ଭକରି ଗଞ୍ଜେଇର ଏକ ଷ୍ଟାଚ୍ୟୁଟୋରି ଷ୍ଟାଟସ ପାଇଁ ମଧ୍ୟ ଦାବି କରିଥିଲା।

ସର୍ଭେ ଅନୁସାରେ, ଗତ ବର୍ଷ ଦିଲ୍ଲୀରେ ୩୮.୩ ଟନ ଓ ମୁମ୍ବାଇରେ ୩୨.୪ ଟନ ଗଞ୍ଜେଇ ବ୍ୟବହାର କରାଯାଇଛି। ବିଶ୍ବରେ ସର୍ବାଧିକ ଗଞ୍ଜେଇ ବ୍ୟବହାର ନ୍ୟୁୟର୍କରେ କରାଯାଇଛି। ଗତ ୨୦୧୮ ମସିହାରେ ନ୍ୟୁୟର୍କରେ ୭୭.୪ ଟନ ଗଞ୍ଜେଇ ବ୍ୟବହାର କରାଯାଇଛି ବୋଲି ସର୍ଭେରୁ ଜଣାପଡିଛି।

ସେହିପରି ପାକିସ୍ତାନର କରାଚିରେ ଗତ ବର୍ଷ ୪୨ ଟନ ଗଞ୍ଜେଇ ବ୍ୟବହାର କରାଯିବା କଥା ସର୍ଭେରୁ ଜଣାପଡ଼ିଛି। ଏହାସହ ଆମେରିକାର ଦୁଇଟି ସହର ଲନ୍ସ ଏଞ୍ଜିଲସ୍‌ରେ ୩୬ ଟନ ଓ ଚିକାଗୋରେ ୨୪.୫୫ ଟନ ଗଞ୍ଜେଇ ବ୍ୟବହାର କରାଯାଇଛି । ଏହା ବ୍ୟତୀତ କାଇରୋରେ ପ୍ରତିବର୍ଷ ୩୨.୨ ଟନ, ଲଣ୍ଡନରେ ୩୧.୪ ଟନ, ମାସ୍କୋରେ ୨୨.୯ ଟନ ଓ ଟୋରଣ୍ଟୋରେ ୨୨.୭ ଟନ ଗଞ୍ଜେଇ ବ୍ୟବହାର ହୋଇଛିବୋଲି ସର୍ଭେରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.