ବେବି କେୟାର ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମାଲିକ ଗିରଫ, ବିନା NOCରେ ଚାଲୁଥିଲା ହସ୍ପିଟାଲ

Published By : Prameya-News7 Bureau | May 26, 2024 IST

MINT

ନୂଆଦିଲ୍ଲୀ: ନିୟୁ ବର୍ଣ୍ଣ ବେବି କେୟାର ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ନିର୍ଦ୍ଦେଶକ ଡାକ୍ତର ନବୀନ। ଏହି ଘଟଣାରେ ୭ଜଣ ନିରୀହ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ପଚରାଉଚରା କରୁଛି। ଫୋରେନସିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ପ୍ରକାଶଥାଉକି ଶନିବାର ରାତିରେ ଶାହଦରା ଜିଲ୍ଲାର ବିବେକ ବିହାରରେ ଅବସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର ହସ୍ପିଟାଲରେ ନିଆଁ ଲାଗି ନିରୀହ 7 ଶିଶୁଙ୍କର ମୃତ୍ୟୁ ଘଟିଥିଲା। 

ଦୁର୍ଘଟଣା ସମୟରେ ସମୁଦାୟ ୧୨ ନବଜାତ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଅଗ୍ନିକାଣ୍ଡ ଘଟିଲା- ପୋଲିସ, ଅଗ୍ନିଶମ ବିଭାଗ, ହସ୍ପିଟାଲର କର୍ମଚାରୀ ଏବଂ  ଉପସ୍ଥିତ ଲୋକ ହସ୍ପିଟାଲର ପଛ ପାର୍ଶ୍ୱରେ ଥିବା ଝରକା ଦେଇ ସମସ୍ତ ୧୨ ପିଲାଙ୍କୁ ବାହାର କରିଥିଲେ ଓ ପରେ ପୂର୍ବ ଦିଲ୍ଲୀର ଆଡଭାନ୍ସଡ ଏନସିଆଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ୭ଜଣ ନିରୀହ ଶିଶୁଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା।

ନବଜାତ ଶିଶୁର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ପଡୋଶୀମାନେ ଦାବି କରିଛନ୍ତି ଯେ ଡାକ୍ତରଖାନାର ତଳ ମହଲାରେ ବେଆଇନ ଭାବେ ଛୋଟ ଅକ୍ସିଜେନ୍ ସିଲିଣ୍ଡର ରିଫିଲ କରାଯାଉଥିଲା। ନିଆଁ ଏହିଠାରୁ ଆରମ୍ଭ ହୋଇଥିଲା। ପୋଲିସ କହିବା ଅନୁଯାୟୀ- ସାତରୁ ଆଠଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ୧୬ଟି ଅଗ୍ନିଶମ ଏକ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣରେ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.