ନୂଆଦିଲ୍ଲୀ ୪।୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଦୋଷୀଙ୍କ ଦଣ୍ଡବିଧାନ ନେଇ ଦିଲ୍ଲୀ ହାଇକୋର୍ଟ ବୁଧବାର ତାଙ୍କର ଆଦେଶ ଜାରି କରିପାରନ୍ତି। ଏ ନେଇ ନିମ୍ନ ଅଦାଲତଙ୍କ ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ଗୃହମନ୍ତ୍ରାଳୟ ଓ ତିହାର କର୍ତ୍ତୃପକ୍ଷ ଗତ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର କୋର୍ଟ ସ୍ୱତନ୍ତ୍ର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ମଙ୍ଗଳବାର ନିର୍ଭୟାଙ୍କ ଅଭିଭାବକ ଦୋଷୀଙ୍କ ଦଣ୍ଡଲାଗି ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହୁଏତ ବୁଧବାର ମାମଲାରେ ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି।
{"id":220159,"sizeSlug":"large"}ନିର୍ଭୟାଙ୍କ ଅଭିଭାବକଙ୍କ ପକ୍ଷରୁ ଓକିଲ ଜିତେନ୍ଦ୍ର ଝା କୋର୍ଟରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ତୁରନ୍ତ ନିଷ୍ପତ୍ତି ଲାଗି ନିବେଦନ କରିଥିଲେ। ଏହାର ଜବାବରେ ବିଚାରପତି ଜଷ୍ଟିସ୍ ସୁରେଶ କୁମାର କୈତ୍ କୋର୍ଟ ଖୁବ୍ ଶୀଘ୍ର ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ କୋର୍ଟରେ ତାଙ୍କର ତର୍କ ରଖି ଅପରାଧୀ ଆଇନ ସହ ଖେଳୁଥିବାର ଗୁରୁତର ଅଭିଯୋଗ କରିଥିଲେ। ତେବେ ଡିଫେନ୍ସ ଓକିଲ ଅପରାଧୀ ଆଇନରେ ଥିବା ବିକଳ୍ପର କେବଳ ଉପଯୋଗ କରୁଥିବା କହିଥିଲେ।
{"id":220163,"sizeSlug":"large"}ସୋଲିସିଟର ଜେନେରାଲ ଆଇନର ବିକଳ୍ପ ଶେଷ ହୋଇଥିବା ଆସାମୀଙ୍କ ଦଣ୍ଡଲାଗି ନିର୍ଦ୍ଦେଶ ନିମନ୍ତେ ନିବେଦନ କରିଥିଲେ। ତେବେ ଗୋଟିଏ ମାମଲାରେ ଗୋଟିଏ କୋର୍ଟଙ୍କ ଦ୍ୱାରା ଏକ ସଙ୍ଗରେ ଦଣ୍ଡାଦେଶ ପାଇଥିବା ଅପରାଧୀଙ୍କ ପୃଥକ ପୃଥକ ଦଣ୍ଡବିଧାନ ନେଇ ସୋଲିସିଟର ଜେନେରାଲଙ୍କ ଯୁକ୍ତିକୁ ଅସଙ୍ଗତ କହିଥିଲେ ଡିଫେନ୍ସ ଓକିଲ। ଅନ୍ୟପକ୍ଷରେ ଏବେବି ସେମାନଙ୍କ ଲାଗି ଦଣ୍ଡ ରିହାତିର ସୁଯୋଗ ଥିବାରୁ ତରବରିଆ ଭାବେ ଦଣ୍ଡିତ କରି ପରେ କେହି କାହିଁକି ଅନୁତାପ କରିବ ବୋଲି ଡିଫେନ୍ସ ଓକିଲ କହିଥିଲେ।
{"id":220164,"width":580,"height":382,"sizeSlug":"large"}ସେହିପରି ମାମଲାରେ ପ୍ରଥମ ଥର ଗୃହମନ୍ତ୍ରାଳୟ ଅପିଲ କରିବା ଘଟଣାକୁ ନେଇ ଡିଫେନ୍ସ ଓକିଲ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ମାମଲାରେ ପକ୍ଷବି ନୁହଁନ୍ତି ଏଣୁ ତାଙ୍କୁଏଭଳି ନିବେଦନ କରିବାର ଅଧିକାର ଦେଲା କିଏ ବୋଲି ମୁକେଶର ଓକିଲ କୋର୍ଟଙ୍କୁ ପ୍ରଶ୍ନ କରିଥିଲେ। ଏଣୁ କୋର୍ଟ ମାମଲାରେ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।